Accidentଓଡିଶାଯୋଗାଯୋଗ

ପଲ୍ୟୁସନ୍ ସାର୍ଟିଫିକେଟ୍ ଓ ପ୍ରମାଣପତ୍ର ନେଇ ଉପୁଜିଥିବା ଅସନ୍ତୋଷ ମଧ୍ୟରେ ସରକାରଙ୍କ ବଡ ଘୋଷଣା

ଦୁଇ ଦିନ ପୂର୍ବରୁ ରାଜ୍ୟରେ ପଲ୍ୟୁସନ ସାର୍ଟିଫ୍‌କଟେ୍ ଓ ଗାଡି କାଗଜ ପତ୍ରକୁ ନେଇ ସରକାରଙ୍କ ପକ୍ଷରୁ ଯେଉଁ ଘୋଷଣା କରାଯାଇଥିଲା ସେଥିରେ ଏବେ ବଡ ଧରଣର ପରିବର୍ତ୍ତନ କରିଛନ୍ତି ମନ୍ତ୍ରୀ । ସମସ୍ତ ଗାଡି ଚାଳକଙ୍କୁ ଆଶସ୍ତି ସ୍ୱରୂପ ଜାନୁଆରୀ ପହିଲାରୁ ଲାଗୁ ହେବାକୁ ଥିବା ଏହି କଡାକଡି ନିୟମର ଅବଧି ବଢାଇଛନ୍ତି ରାଜ୍ୟ ସରକାର । ଏଣିକି ଗାଡ଼ିର ବୈଧ କାଗଜପତ୍ର କରିବା ପାଇଁ ଫେବୃଆରୀ ମାସ ପର୍ଯ୍ୟନ୍ତ ସମୟସୀମାକୁ ବୃଦ୍ଧି କରାଇଛନ୍ତି ପରିବହନ ମନ୍ତ୍ରୀ । ଏବଂ ଏହି ମାସକ ମଧ୍ୟରେ ନିଜ ଗାଡିର ସମସ୍ତ କାଗଜ ପତ୍ର ଓକେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ଆପଣଙ୍କୁ କହିରଖୁଛୁ କି, ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ବିନା ତେଲ ମିଳିବନି ବୋଲି ଘୋଷଣା କରାଯାଇଥିଲା । ଏହାକୁ ଆସନ୍ତା ୧ ତାରିଖରୁ ଲାଗୁ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା ଯାହାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିବା ପରେ ବର୍ତ୍ତମାନ ସ୍ଥିତିରେ ଏହାକୁ ୧ ମାସ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଏହି ଗ୍ରେସ ପିରିୟଡରେ ଗାଡ଼ି ମାଲିକମାନେ ସେମାନଙ୍କର ପଞ୍ଜୀକରଣ ପ୍ରମାଣପତ୍ର (RC), ଫିଟନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ (PUC) ପ୍ରମାଣପତ୍ର ଏବଂ ବୀମାକୁ ବିନା ଜରିମାନାରେ ଅପଡେଟ୍ କରି ପାରିବେ। ଏବଂ ମାସକ ମଧ୍ୟରେ ଗାଡିର ସବୁ ସାର୍ଟିଫିକେଟ କରିବା ନେଇ ମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟବ୍ୟାପୀ କଡ଼ାକଡ଼ି ଯାଞ୍ଚ୍ ୧ ଫେବ୍ରୁଆରି ୨୦୨୬ ରୁ ଆରମ୍ଭ ହେବ। ପୂର୍ବରୁ ଜାନୁଆରୀ ୧ ତାରିଖରୁ ଯାଞ୍ଚ ହେବା ନେଇ ଘୋଷଣା କରାଯାଇଥିବା ବେଳେ ପଲ୍ୟୁସନ ସାର୍ଟିଫିକେଟ କରିବା ନେଇ ଲୋକଙ୍କ ଗହଳି ଦେଖାଯାଇଥିଲା । ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ଆଜି ପରିବହନ ମନ୍ତ୍ରୀ ଏକ ମାସର ମହଲତ ଘୋଷଣା କରିଛନ୍ତି । ଯାହା ଫଳରେ ଜନତାଙ୍କୁ ଗାଡି କାଗଜ ପତ୍ର ଓକେ କରିବାକୁ ସମୟରେ ସାମାନ୍ୟ ଆସ୍ୱସ୍ତି ମିଳିଛି ।

Related posts

୨୯ରେ ପୁଣି ଓଡ଼ିଶା ଆସିବେ ମୋଦୀ

mahabharatanews

୭୦ ଲକ୍ଷ ଟଙ୍କା ନେଇ ମହିଳା ଫେରାର

mahabharatanews

୩ ରୁ ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ 

mahabharatanews