ଦେଶ ବିଦେଶ

ଏଣିକି ମହାକାଶରୁ ମିଳିବ ହାଇସ୍ପିଡ ମୋବାଇଲ ଇଣ୍ଟରନେଟ ସେବା

ଏଣିକି ମହାକାଶରୁ ହାଇସ୍ପିଡ ମୋବାଇଲ ଇଣ୍ଟରନେଟ ସେବା ମିଳିବ । ବର୍ଷର ଶେଷ ମିଶନରେ ଇତିହାସ ରଚିଲା ଇସ୍ରୋ । ଲଞ୍ଚ ହେଲା କମ୍ୟୁନିକେସନ ସାଟେଲାଇଟ୍‌ ବ୍ଲୁ ବାର୍ଡ-୬ ଉପଗ୍ରହ । ଇସ୍ରୋ ଆଜି ଲଞ୍ଚ କଲା ବ୍ଲୁ ବାର୍ଡ । ଇସ୍ରୋର ଏହି ବାଣିଜ୍ୟିକ ମିଶନ ସକାଳ ୮ଟା ୫୫ ମିନିଟ୍ ୩୦ ସେକେଣ୍ଡରେ ଉତକ୍ଷେପଣ କରାଯାଇଥିଲା । ଆମେରିକୀୟ କମ୍ପାନି ଏଏସଟି ସ୍ପେସ୍ ମୋବାଇଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଉପଗ୍ରହକୁ ମହାକାଶକୁ ଉତକ୍ଷେପଣ କରିଛି । ଇସ୍ରୋ ଏହାର ସବୁଠାରୁ ଶକ୍ତିଶାଳୀ ରକେଟ୍ । LVM3-M6 ସାହାଯ୍ୟରେ ପରବର୍ତ୍ତୀ ପିଢ଼ିର ବାଣିଜ୍ୟିକ ଉପଗ୍ରହ, ‘ବ୍ଲୁ ବାର୍ଡ୍ ବ୍ଲକ-୨’ ଉତ୍‌କ୍ଷେପଣ କରିଛି । ଏହି ମିଶନ ଆମେରିକୀୟ କମ୍ପାନି ଏଏସଟି ସ୍ପେସମୋବାଇଲ୍ ସହିତ ଏକ ବାଣିଜ୍ୟିକ ଚୁକ୍ତି ଅନୁଯାୟୀ ପରିଚାଳିତ ହେଉଛି । ମହାକାଶ ଭିତ୍ତିକ ବ୍ରଡବ୍ୟାଣ୍ଡ୍ ଯୋଗାଯୋଗ ସାହାଯ୍ୟରେ ବିନା କୌଣସି ଟାୱାର କିମ୍ବା ସ୍ବତନ୍ତ୍ର ଉପକରଣରେ ସାଧାରଣ ମୋବାଇଲକୁ ମଧ୍ୟ ୪-ଜି ଓ ୫-ଜି ସେବା ମିଳିପାରିବ ।

ଆମେରିକାରୁ ନୂତନ ପିଢ଼ିର ଯୋଗାଯୋଗ ଉପଗ୍ରହ ବହନ କରୁଥିବା LVM-M6 ରକେଟର ଉତ୍କ୍ଷେପଣ ପାଇଁ କାଉଣ୍ଟଡାଉନ୍ ମଙ୍ଗଳବାର ଦିନ ହିଁ ଆରମ୍ଭ ହୋଇଥିଲା । । ଶ୍ରୀହରିକୋଟା ସତୀଶ ଧୱନ ସ୍ପେସ ଷ୍ଟେସନ୨ ନମ୍ବର ଲଞ୍ଚ ପ୍ୟାଡରୁ ମହାକାଶକୁ ଉତକ୍ଷେପଣ ହେଲା ବ୍ଲୁବାର୍ଡ ସାଟେଲାଇଟ୍ । ଏହା ପ୍ରତି ସେକେଣ୍ଡରେ ୧୨୦ ମେଗାବିଟ୍ ପର୍ଯ୍ୟନ୍ତ ସର୍ବାଧିକ ଗତି ବା ପିକ୍ ସ୍ପିଡ୍ ପ୍ରଦାନ କରିବାକୁ ସକ୍ଷମ । ଏହି ଗତି ଭଏସ୍ କଲିଂ, ମେସେଜିଂ, ଦ୍ରୁତ ଡାଟା ସ୍ଥାନାନ୍ତର ଏବଂ ନିରବଚ୍ଛିନ୍ନ ଭିଡିଓ ଷ୍ଟ୍ରିମିଂ ପାଇଁ ଯଥେଷ୍ଟ । ବନ୍ୟା, ଭୂମିକମ୍ପ କିମ୍ବା ଝଡ଼ ଭଳି ବିପର୍ଯ୍ୟୟରେ, ଯେତେବେଳେ ଗ୍ରାଉଣ୍ଡ ନେଟୱାର୍କ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଏ, ଏହି ଉପଗ୍ରହ ଯୋଗାଯୋଗକୁ ଜୀବନ୍ତ ରଖିବ। ଏହି ନେଟୱାର୍କ ଜରୁରୀକାଳୀନ ପରିସ୍ଥିତିରେ ଜୀବନରେଖା ପ୍ରମାଣିତ ହୋଇପାରେ। ପ୍ରଧାନମନ୍ତ୍ରୀ ମୋଦୀ X ରେ ଲେଖିଛନ୍ତି: ଏହା ଭାରତର ମହାକାଶ କ୍ଷେତ୍ରରେ ଏକ ପ୍ରମୁଖ ସଫଳତା। LVM3-M6 ର ସଫଳ ଉତ୍‌କ୍ଷେପଣ, ଯାହା ଆମେରିକାର ବ୍ଲୁବାର୍ଡ ବ୍ଲକ-୨ ମହାକାଶଯାନକୁ ଏହାର ଉଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କରିଥିଲା, ଭାରତର ମହାକାଶ ଯାତ୍ରାରେ ଏକ ଗର୍ବର ମାଇଲଖୁଣ୍ଟ।

Related posts

ରାମ ମନ୍ଦିର ଦାନ ଚୋରି ମାମଲାରେ ବଡ଼ ଖୁଲାସା… ଗଣତି ପୂର୍ବରୁ ଗାୟବ ହେଉଥିଲା ଟଙ୍କା

mahabharatanews

ସାଉଦି ଆରବରେ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୨ ଭାରତୀୟ ଶ୍ରଦ୍ଧାଳୁ ଜୀବନ୍ତ ଜଳିଗଲେ

mahabharatanews

ସମଗ୍ର ଦୁନିଆ ନୂଆବର୍ଷ ପାଳନ କରୁଥିବା ବେଳେ ସୁଧୁରୁନି ପାକିସ୍ତାନ

mahabharatanews