ଓଡିଶା

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ଶେଷ ସମାପନ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା, ୪ ଜାନୁଆରୀ, ରୁ ୭ ଜାନୁଆରୀ ୨୦୨୬ ଉଯାପିତ ହୋଇଥିବାରୁ ଆଜି ହେଇଛି ସମାପନ  ଭବାନୀପାଟଣାସ୍ଥିତ କୃଷି ମହାବିଦ୍ୟାଳୟ ପରିସରରେ ଚାଲିଥିବା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ଆଜି ଦିନରେ ସଫଳତାର ସହ ଅତିକ୍ରମ କରିଛି। ମେଳାର 4 ଦିନ ମଧ୍ୟରେ ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି, ଏହି ଉତ୍ସରବରେ ମୁଖ୍ୟ ଅତିଥିଭାବେ ଭାବେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଉପସ୍ଥିତ ରହି ଶେଷ ଦିନରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ 4000 ଚାଷୀ ଯୋଗଦେଇ ପାଠଶାଳା ମାଧ୍ୟମରେ ବିଭିନ୍ନ କୃଷି ଭିତ୍ତିକ ବୈଷୟିକ ଜ୍ଞାନକୌଶଳ ବିଷୟରେ ଶିକ୍ଷା ଲାଭ କରିଥିଲେ।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କଳାହାଣ୍ଡି ସମସ୍ତଙ୍କୁ ସ୍ୱାଗତ କରିବା ସହ ମେଳାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ କୃଷି ଅଧିକାରୀ ଓ ବୈଜ୍ଞାନିକମାନେ ଯୋଗଦେଇ ଚାଷୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଇଂ. ଅଜୟ କୁମାର ମାରାଣ୍ଡି, ନିର୍ବାହୀ ଯନ୍ତ୍ରୀ (କୃଷି), କଳାହାଣ୍ଡି ଯନ୍ତ୍ରପାତିର ବ୍ୟବହାର ଓ ସରକାରୀ ରିହାତି ବିଷୟରେ ବୁଝାଇଥିଲେ। ଡ. ସ୍ମୃତି ହାଁସଦା, ସହକାରୀ ପ୍ରଫେସର, କୃଷି ମହାବିଦ୍ୟାଳୟ ଜମିରେ ଜଳର ସଠିକ୍ ବିନିଯୋଗ ଓ ସଂରକ୍ଷଣ କୌଶଳ ବିଷୟରେ ବୈଷୟିକ ସୂଚନା ପ୍ରଦାନ କରିଥିଲେ। ଯୋଜନା ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱନାଥ ମହାପାତ୍ର ବିଭିନ୍ନ କୃଷି ଯୋଜନା ବିଷୟରେ କହିଥିବା ବେଳେ,  ହିତାଧିକାରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଯନ୍ତ୍ରପାତି ବଣ୍ଟନ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଚାଷୀଙ୍କ ଆଧୁନିକତା ପ୍ରତି ଆଗ୍ରହକୁ ପ୍ରମାଣିତ କରୁଛି। ଏହି ସମଗ୍ର କାର୍ଯ୍ୟକ୍ରମକୁ କୃଷି ବିଭାଗର ଯନ୍ତ୍ରୀ, ଅଧିକାରୀ, କୃଷି ପର୍ଯ୍ୟବେକ୍ଷକ ଏବଂ କ୍ଷେତ୍ର କର୍ମଚାରୀମାନେ ସୁଚାରୁରୂପେ ପରିଚାଳନା କରୁଛନ୍ତି। ଏହି ମେଳା ଆସନ୍ତା ୭ ଜାନୁଆରୀ ପର୍ଯ୍ୟନ୍ତ ଚାଲିଥିବା ବେଳେ ଆଜି ସମାପନ ହୋଇଛି

Related posts

ମାଓବାଦୀଙ୍କ ସହ ଲଢ଼େଇ କରି ବାପାଙ୍କୁ ନୂଆ ଜୀବନ ଦେଲା ଝିଅ

mahabharatanews

ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା

mahabharatanews

 ବଢୁଛି ମଣିଷ ଖିଆ କୁମ୍ଭୀରର ଉତ୍ପାତ, ମହିଳା ମୃତ୍ୟୁ

mahabharatanews