ଓଡିଶା

ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା, ୫ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

(ଭୁବନେଶ୍ଵର) :  ଆନ୍ଧ୍ର ଉପକୂଳରେ ସମାନ୍ତରାଳ ବାବେ ଗତି କରୁଛି ପାଖରେ ବାତ୍ୟା ମିଗଜୋମ୍ । ନେଲୋର ଓ ମଛଲିପଟନମ୍ ମଧ୍ୟରେ ବାପାଟଲା ଉପକୂଳରେ ଭୀଷଣ ବାତ୍ୟା ଭାବରେ ସ୍ଥଳଭାଗ ଛୁଉଁଛି । ଏହା ପୂର୍ବାହ୍ନ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୯୦-୧୦୦ କିଲୋମିଟର ରହିବ ।

ସୂଚନାନୁଯାୟୀ , ରାଜ୍ୟର ବିଭିନ୍ନ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ବିପୁଳ ଜନସମର୍ଥନ ବାତ୍ୟା ମିଗଜୋମ୍ ର ପ୍ରବାବ ସିଧାସଳଖ ଓଡ଼ିଶା ଉପରେ ପଡିବ ନାହିଁ । ରାଜ୍ୟରେ ଏହାର ପ୍ରଭାବ ଦୁଇରୁ ତିନି ଦିନ ରହିବ । ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲିକାନଗିରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୫ଜିଲ୍ଲା ପାଇଁ ଆଜି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ପୁରୀ ଜିଲ୍ଲାରେ ମଧ୍ୟ ବର୍ଷା ଆଶଙ୍କା ରହିଛି । ଦକ୍ଷିଣ ଓ ଉପକୂଳ ଓ୍ଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

Related posts

ରାଜ୍ୟରେ ଆଚରଣ ସଂହିତା ଲାଗୁ

mahabharatanews

କୂଅ ଭିତରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର,

mahabharatanews

ନିରପେକ୍ଷ ଓ ଯୁଗ୍ମ ତଦନ୍ତ ଆଧାରରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

mahabharatanews