ଓଡିଶାପର୍ବ ପର୍ବାଣି

ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ

ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ। ବିଦ୍ୟାଦାତ୍ରୀ ମାଆ ବାଗଦେବୀଙ୍କ ପୂଜାର୍ଚ୍ଚନା । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପାଳନ କରାଯାଇଥାଏ। ମା’ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ। ଶ୍ରୀ ପଞ୍ଚମୀରେ ମାଆଙ୍କର ସ୍ୱତନ୍ତ୍ର ନୀତିକାନ୍ତି । ମା’ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା ପାଳନ କରିଥାନ୍ତି। ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ମହାସରସ୍ୱତୀ ସ୍ଵତନ୍ତ୍ର ରୂପରେ ପୂଜା ପାଇଥାନ୍ତି । ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ପବିତ୍ର ଦିନଟିକୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ । ବିଦ୍ୟାର୍ଥୀମାନେ ଶ୍ରେଣୀଗୃହକୁ ରଙ୍ଗୀନ କାଗଜମାଳାରେ ସଜାଇ ମା’ଙ୍କୁ ଆରାଧନା କରିଥାନ୍ତି। ଆଜିର ଦିନ ଅତ୍ୟନ୍ତ ଶୁଭ ହୋଇଥିବାରୁ ଏହି ଦିନରେ ବିଭିନ୍ନ କାର୍ୟ୍ୟର ଶୁଭାରମ୍ଭ କରାଯାଇଥାଏ। ମା’ ସରସ୍ଵତୀଙ୍କ ପୂଜାରେ ପଞ୍ଚାମୃତ, ଧଳା ଫୁଲ, ଚନ୍ଦନ, ଆଖୁ, ଖୁରୀ, ଧଳା ବସ୍ତ୍ର, ମୋତି, ରୂପା, ଧଳାମାଳି ଅଳଙ୍କାର ,ଅଦା, ଅଁଳା, ଘିଅ, ନଡ଼ିଆ, ବରକୋଳି ଆଦି ଅର୍ପଣ କରାଯାଏ । ମା’ଙ୍କ ପୂଜା ଅର୍ଚ୍ଚନା ଓ ପୁଷ୍ପାଞ୍ଜଳି ସରିବା ପର୍ଯ୍ୟନ୍ତ ବିଦ୍ୟାର୍ଥୀ ଉପବାସ ରହିଥାନ୍ତି।

ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ ହୋଇଥାଏ । ପୂଜାକୁ ନେଇ ଗୁରୁବାର ବଜାରରେ ଦେଖିବାକୁ ମିଳିଥିଲା ପ୍ରବଳ ଗହଳି । କିଏ ମୂର୍ତ୍ତି କିଣିବାରେ ବ୍ୟସ୍ତ ଥିଲେ ତ କିଏ ପୂଜା ସାମଗ୍ରୀ । ସନ୍ଧ୍ୟାରେ ପୂରା ସହର ଚଳଚଞ୍ଚଳ ହୋଇଉଠିଥିଲା । ପୂଜା ପାଇଁ ତାଜା ଫୁଲ ଓ ଫଳର ସମ୍ଭାର ଦୋକାନରେ ଦେଖାଯାଇଥିଲା । ମା’ଙ୍କ ମୃଣ୍ମୟୀ ପ୍ରତିମା କ୍ରୟ କରିବା ଲାଗି ସବୁଠାରୁ ବେଶୀ ଭିଡ଼ ଦେଖାଦେଇଥିଲା । ରାସ୍ତାକଡ଼ରେ ଶିଳ୍ପୀମାନେ ଖୁବ୍ ସୁନ୍ଦର ମୃଣ୍ମୟୀ ପ୍ରତିମା ସଜେଇ ରଖିଥିଲେ । ପୂଜାରେ ଛାତ୍ରଛାତ୍ରୀମାନେ ନୂଆ ଖାତା, କଲମ ମା’ଙ୍କ ନିକଟରେ ପୂଜା କରିଥାନ୍ତି । ସେଥିପାଇଁ ବହି, ଖାତା ଦୋକାନରେ ମଧ୍ୟ ଅଭିଭାବକ ଓ ପିଲାମାନଙ୍କର ପ୍ରବଳ ଗହଳି ଦେଖାଯାଇଥିଲା । ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଗୁରୁବାର ସଫାସୁତରା କରି ଜୋରଦାର୍ ସାଜସଜା କରିଛନ୍ତି । ବ୍ରାହ୍ମଣଙ୍କୁ ମଧ୍ୟ ଆଗରୁ ବରାଦ ଦିଆସରିଛି ।

Related posts

ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ମାଓ ପ୍ରେମୀ ଯୁଗଳ

mahabharatanews

ଜରଡାରେ ବିଶ୍ୱ କଲ୍ୟାଣ ମହାଯଜ୍ଞ ଆରମ୍ଭ

mahabharatanews

ଓଏସ ସ୍ତରରେ ଅଦଳ ବଦଳ

mahabharatanews