ଓଡିଶାଦୁର୍ଘଟଣା

ସୁନ୍ଦରପଦା ନିୟୁ ଆଜାଦ୍ ନଗରରେ ବୋମା ବିସ୍ଫୋରଣ

ସୁନ୍ଦରପଦା ନିୟୁ ଆଜାଦ୍ ନଗରରେ ବୋମା ବିସ୍ଫୋରଣ। ଛାତ ଉପରେ ବିସ୍ଫୋରଣ ହେଲା ବୋମା। ବୋମା ଭିଡ଼ିବା ବେଳେ ହେଲା ବିସ୍ଫୋରଣ। ବୋମା ବିସ୍ଫୋରଣରେ ୫ଜଣ ଆହତ। ଆହତଙ୍କ ମଧ୍ୟରୁ ତିନିଜଣ ମହିଳା। ଘଟଣା ସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ। ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ୪ ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରଣ କରାଯାଇଛି । କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଆହତଙ୍କ ମଧ୍ୟରେ ଅଛନ୍ତି ସାହିଲ ଖାନ୍, ସାହାଜାନ ମଲ୍ଲିକ, ତୃପ୍ତିମୟୀ ବଳ ଓ ସୌମ୍ୟରଞ୍ଜନ ମୁଦୁଲି । ହସ୍ପିଟାଲରେ ପଞ୍ଜିକୃତ ନାମ ଅନୁସାରେ ଏମାନଙ୍କ ପରିଚୟ ହସ୍ତଗତ ହୋଇଛି ।

ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କଲେ ଭୁବନେଶ୍ୱର ଡିସିପି । ଘଟଣାରେ ଘରେ ରହୁଥିବା ସାହାନାଜ ଅଲ୍ଲୀ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ସାହାନାଜ ଅଲ୍ଲୀ ନାଁରେ ହତ୍ୟା, ବିସ୍ଫୋରଣ, ଗଣ୍ଡଗୋଳ ଭଳି ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ଯାହାକୁ ନେଇ ଖୋଳତାଡ଼ କରୁଛି ପୋଲିସ । ତାଙ୍କ ନାଁରେ କମିସନରେଟ ପୋଲିସ ଅଞ୍ଚଳରେ ୬ରୁ ଅଧିକ ମାମଲା ରହିଛି । ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସାହାନାଜ, ତାଙ୍କ ମା’, ବାନ୍ଧବୀ ଏବଂ ସାଙ୍ଗ ଅମୀୟ ମଲିକ ଆହତ ହୋଇଛନ୍ତି । ଅପରାଧ ଘଟାଇବାକୁ ଭଡାରେ ଘର ନେଇ ବୋମା ତିଆରି କରୁଥିଲେ । ଘର ମାଲିକଙ୍କୁ ପଚରା ଉଚରା କରୁଛି ପୋଲିସ ।

Related posts

ସତ୍ୟବାଦୀରେ ପ୍ରବାସୀ ଫେରନ୍ତା ୬୧୫ଜଣ ସଂଘରୋଧ ଗୃହରେ ରହିଲେ

mahabharatanews

ଗଜପତି ଭାଜପାର ନୂଆ ଟିମ୍ ଘୋଷିତ

mahabharatanews

ଏଣିକି ବିନା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ଫ୍ଲେଟରେ ରାସ୍ତାରେ ଗଡ଼ିନି ଗାଡି

mahabharatanews