ଓଡିଶା

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରକ୍ତଦାନ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଇଚ୍ଛା ଶକ୍ତି ଆଗରେ ହାର ମାନିଛି  ବୟସ। ଆଉ ଅବସର ପରେ,   ପରିଣତ ବୟସରେ ବି,  ନିଜ ପାଇଁ ଚିନ୍ତା ନକରି, ସମାଜ ପାଇଁ ଚିନ୍ତା କରି ,କେହି ଯେମିତି ରକ୍ତ ଅଭାବ କିମ୍ବା ଦୃଷ୍ଟିଶକ୍ତି ଅଭାବ ର ସ୍ବୀକାର ନ ହୁଅନ୍ତୁ। ସେଥି ପାଇଁ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ପାଉଁଶକୁଲି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସ୍ଥାନୀୟ ରାଧାନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଓ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି । ମଞ୍ଚ ର ସଭାପତି ଇନ୍ଦୁମାଧବ ମହାନ୍ତି ଉକ୍ତ ଶିବିରକୁ ଉଦଘାଟନ କରିଥିବା ବେଳେ,ଅତିଥି ଭାବେ  ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ ଓ ପ୍ରାକ୍ତନ ସରପଞ୍ଚ ଅଜୟ କୁମାର ସାହୁ ଯୋଗଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ । ତେବେ ବରିଷ୍ଠ ନାଗରିକ ମଞ୍ଚରେ  ୬୦ ରୁ  ୮୦ ବର୍ଷୀୟ ପର୍ଯ୍ୟନ୍ତ ସଦସ୍ୟ ରହିଚନ୍ତି, ପ୍ରାୟତଃ ସମସ୍ତେ ଆଣ୍ଠୁ ଗଣ୍ଠି ବ୍ୟଥା, ମଧୁମେହ, ରକ୍ତ ଚାପ, ହୃଦ୍ ରୋଗ ଭଳି ଜଟିଳ ରୋଗରେ ଆକ୍ରାନ୍ତ। ନିଜେ ଦୃଷ୍ଟି ଶକ୍ତି ଅଭାବ ହେବାରୁ ଚଷମା ବ୍ୟବହାର କରୁଥିବା ବେଳେ କେତେବେଳେ ନିଜର କଣ ହେବ କିମ୍ବା ନିଜ ପାଇଁ  ରକ୍ତ ଆବଶ୍ୟକ ହେବ ସେ କଥା କହିବେନି। ମାତ୍ର  ନିଜ ପାଇଁ ଚିନ୍ତା ନକରି, ସମାଜ ର ମଙ୍ଗଳ ଚିନ୍ତା କରି ,ନିଜେ ସିନା ରକ୍ତ ଦେଇ ପାରିଲେନି, କିନ୍ତୁ ସ୍ଥାନୀୟ  ଅଞ୍ଚଳରେ  ଘରକୁ ଘର ଓ ହାଟ ବଜାର ବୁଲି  ବୁଲି ପ୍ରାକ୍ତନ ଛାତ୍ର ଛାତ୍ରୀ, ଯୁବକ ଯୁବତୀ ଙ୍କୁ ରକ୍ତଦାନ କରିବାକୁ ଆହ୍ବାନ ଦେଇଥିଲେ।

 

Related posts

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ସସ୍ମିତ ଓ ପିନାକୀ

mahabharatanews

ରାଜ୍ୟର ସମସ୍ତ ରାଜପଥ ହେବ ୪ ଲେନ ବିଶିଷ୍ଟ : ପୂର୍ତ୍ତ ମନ୍ତ୍ରୀ

mahabharatanews

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପ୍ରତି ଅବହେଳା

mahabharatanews