ଓଡିଶା

ରାଜ୍ୟରେ ସାଂଘାତିକ ସ୍ଥିତିରେ କ୍ୟାନସର୍‌ ପ୍ରାଦୁର୍ଭାବ

ରାଜ୍ୟରେ ସାଂଘାତିକ ସ୍ଥିତିରେ କ୍ୟାନସର୍‌ ପ୍ରାଦୁର୍ଭାବ । ବିଶ୍ୱ କର୍କଟ ଦିବସରେ ସାମ୍ନାକୁ ଆସିଲା ଓଡ଼ିଶାର ଉଦବେଗଜନକ ଚିତ୍ର । ବର୍ଷକୁ ଚିହ୍ନଟ ହେଉଛନ୍ତି ହାରାହାରି ୫୫ ହଜାର ନୂଆ ରୋଗୀ। ଏବେ ଗାଁ ଗାଁ ବୁଲି ସଚେତନ କରିବେ ଏସଏଚଜି। ରାଜ୍ୟରେ ଡ଼ାଇଗନୋସିସ ପରେ  ୬୦ ପ୍ରତିଶତ ଅର୍ଥାତ ପ୍ରାୟ ୩୫ ହଜାର କ୍ୟାନ୍ସର ରୋଗୀ ମୃତ୍ୟୁ ବରଣ କରୁଛନ୍ତି। ୨୦୨୫-୨୬ ବର୍ଷରେ ତେବେ ରାଜ୍ୟରେ ସର୍ବାଧିକ ମୁଖ ଗହ୍ୱର କର୍କଟ ଚିହ୍ନଟ ହୋଇଛନ୍ତି। କେବଳ ପଛୁଆ କି ଉପାନ୍ତ ଅଞ୍ଚଳ ନୁହେଁ, ରାଜ୍ୟର ଅନେକ ଶିକ୍ଷିତ ଓ ଆଗୁଆ ଜିଲ୍ଲା ବି ଏବେ କ୍ୟାନସର କବଳରେ । ଅଧାରୁ ଅଧିକ ଆକ୍ରାନ୍ତଙ୍କ ଠାରେ ଶେଷ ପର୍ଯ୍ୟାୟ କର୍କଟ ଚିହ୍ନଟ ହେଉଥିବାରୁ, ସଚେତନତା କାର୍ଯ୍ୟକ୍ରମର ପ୍ରଭାବ ଓ କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ । 2025 -26 ରେ ଜାନୁୟାରୀ ସୁଦ୍ଧା 23131 କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଛନ୍ତି। ସବୁଠୁ ଅଧିକ କଟକରେ 4779 ରୋଗୀ। କ୍ୟାନ୍ସର ରୋଗୀ ଚି଼ହ୍ନଟ ହୋଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ରେ 1878, ଯାଜପୁର ରେ 1153, ଜଗତସିଂହପୁର ରେ 1822, ବାଲେଶ୍ୱର ରେ 1546 ଓ ଭଦ୍ରକ ରେ 1432 ରୋଗୀ ଚିହ୍ଟଟ ହୋଇଛନ୍ତି। ପୂର୍ବରୁ ବରଗଡ଼କୁ କୁହାଯାଉଥିଲା ରାଜ୍ୟର କ୍ୟାନସର୍‌ କ୍ୟାପିଟାଲ । ପଶ୍ଚିମ ଓଡ଼ିଶାରୁ ଚିହ୍ନଟ ହେଉଥିଲେ ପ୍ରାୟ ୮୫ ପ୍ରତିଶତ ଆକ୍ରାନ୍ତ । ହେଲେ ତଥ୍ୟ କହୁଛି, ଏବେ ଉପକୂଳକୁ ବି ଗ୍ରାସି ସାରିଲାଣି କର୍କଟ ରାକ୍ଷସ । ୨୦୨୫-୨୬ ଆର୍ଥିକ ବର୍ଷରେ ଜାନୁଆରି ସୁଦ୍ଧା ରାଜ୍ୟରେ ୨୩ ହଜାର ୧୩୧ କ୍ୟାନସର୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା କଟକ ଜିଲ୍ଲାରେ ସର୍ବାଧିକ ୪ ହଜାର ୭୭୯, କେନ୍ଦ୍ରାପଡ଼ାରେ ୧ ହଜାର ୮୭୮, ଯାଜପୁରରେ ୧ ହଜାର ୮୫୩, ଜଗତସିଂହପୁରରେ ୧ ହଜାର ୮୨୨, ବାଲେଶ୍ୱରରେ ୧ ହଜାର ୫୪୬ ଓ ଭଦ୍ରକ ଜିଲ୍ଲାରେ ୧ ହଜାର ୪୩୨ ରହିଛି । ରାଜ୍ୟରେ ବର୍ଷକୁ ହାରାହାରି ୫୫ ହଜାର ନୂଆ ରୋଗୀ ଚିହ୍ନଟ ହେଉଥିବା ବେଳେ, କର୍କଟ ଚିହ୍ନଟର ପ୍ରଥମ ବର୍ଷରେ ୬୦ ପ୍ରତିଶତ ଅର୍ଥାତ୍ ୩୫ ହଜାର ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଡାକ୍ତରଙ୍କ ମତରେ ପ୍ରାଥମିକ ଅବସ୍ଥାରେ କ୍ୟାନ୍ସର ରୋଗର ଚିହ୍ନଟ କରି ଏହାର ଚିକିତ୍ସା କରାଗଲେ ଏଥିରୁ ରୋଗୀକୁ ଉପସମ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

Related posts

ହାଣ୍ଡିଶାଳେ ଲାଗିଛି ନିଆଁ

mahabharatanews

ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

mahabharatanews

ଟଙ୍କା ମାଗିବାରୁ ପାନ ଦୋକାନୀକୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ ଦୁର୍ବୁତ୍ତ

mahabharatanews