ଟି-୨୦ ବିଶ୍ୱକପରେ ଭାରତ ତାର ଚୀର ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ପରାଜିତ କରିଛି । ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୬୦ ରନରେ ହରାଇଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ଵିକେଟ୍ ହରାଇ ୧୭୫ ରନ କରିଥିଲା । ଇଶାନ କିଶନଙ୍କ ୭୭ ରନ ଇନିଂସ ବଳରେ ଭାରତ ଏହି ଚ୍ୟାଲେଞ୍ଜିଂ ସ୍କୋର କରି ପାରିଥିଲା । ୬୧ ରନ୍ରେ ଭାରତ ବଡ଼ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା । ଏହା ପରେ ଯେତେବେଳେ ପାକିସ୍ତାନୀ ଦଳ ପଡ଼ିଆକୁ ଓହ୍ଲାଇଥିଲା ସେତେବେଳେ ଲାଗୁଥିଲା ସେମାନେ ବିଜୟ ପାଇଁ ଖେଳୁଛନ୍ତି । କିନ୍ତୁ ପାକିସ୍ତାନ କେବଳ ୧୮ ଓଭରରେ ଆଉଟ୍ ହୋଇଯାଇଥିଲା ।
ମାତ୍ର ୧୧୪ ରନ୍ କରି କଲମ୍ବୋରେ ମାଟି କାମୁଡ଼ିଥିଲେ ମେନ୍ ଇନ୍ ଗ୍ରୀନ୍ । ଫଳରେ ଭାରତ ୬୧ ରନ୍ରେ ମ୍ୟାଚ୍ ଜିତିଯାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୧୭୫ ରନ୍ କରିଥିଲା । ୧୭୬ ରନର ପିଛା କରି ଦ୍ୱିତୀୟ ଇନିଂସରେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମୋଟ ୧୧୪ ରନରେ ପାକିସ୍ତାନ ଅଲଆଉଟ୍ ହୋଇଛି । ସ୍ପିନ୍ ପିଚରେ ଓପନର ଇସାନ କିସାନଙ୍କ ବିସ୍ଫୋରକ ଇନିସ୍। ୪୦ ବଲରୁ ୧୦ ଚୌକା ୬ ଛକା ସହ ୭୭ ରନର ବିସ୍ଫୋରକ ବ୍ୟାଟିଂ କରି ଭାରତର ମୂଳଦୂଆକୁ ମଜଭୁତ କରିଥିଲେ ଇସାନ। ସୂର୍ୟ୍ୟକୁମାର ଯାଦବ ୩୨, ଶିବମ ଦୁବେ ୨୭ ରନ କରିବାରେ ସମର୍ଥ ହୋଇଥିଲେ । ପାକିସ୍ତାନ ପକ୍ଷରୁ ସାଇମ ଆୟୁବ ୨୫ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ୧୭୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା।
ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଓଭରରେ ସାହିବଜାଦା ଫରହାନ(୦)ଙ୍କୁ ପାଭିଲିୟନ ପଠାଇଥିଲେ। ପୁଣି ଦ୍ଵିତୀୟ ଓଭର ବୋଲିଂ କରିଥିବା ଯଶପ୍ରୀତ ବୁମରା ପାକିସ୍ତାନକୁ ଡବଲ ଝଟକା ଦେଇଥିଲେ। ସାଇମ ଆୟୁବ(୬ ରନ) ଓ ଅଧିନାୟକ ସଲମାନ ଆଘା(୪ ରନ) ପାଭିଲିୟନ ଫେରିଥିଲେ। ନିଜର ଖରାପ ଫର୍ମ ବଜାୟ ରଖି ବାବର ଆଜମ(୫ ରନ) ଅକ୍ଷରଙ୍କ ବଲରେ ବୋଲ୍ଡ ହୋଇଥିଲେ। ୩୪ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡ଼ିଥିଲା ପାକିସ୍ତାନ। ଉସ୍ମାନ ଖାନଙ୍କୁ ବାଦ ଦେଲେ କୌଣସି ବ୍ୟାଟର ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ପାରି ନ ଥିଲେ। ଉସ୍ମାନ ୩୪ ବଲରୁ ୪୪ ରନ କରିଥିଲେ। ମହମ୍ମଦ ନଓ୍ଵାଜ ୪ ରନ ଫହୀମ ଅଶ୍ରଫ ୧୦ ରନ କରି ଆଉଟ୍ ହୋଇଥିଲେ। ଶେଷରେ ପାକିସ୍ତାନ ୧୧୪ ରନରେ ଅଲଆଉଟ୍ ହୋଇଛି। ଭାରତ ମ୍ୟାଚକୁ ୬୧ ରନରେ ଜିତି ନେଇଛି ।
