ଅପରାଧଓଡିଶା

ଗଞ୍ଜେଇ ସାଙ୍ଗକୁ ଧଳାଜହର ଜବତ, 4 ଗିରଫ

ଗଞ୍ଜେଇ ସାଙ୍ଗକୁ ଧଳାଜହର ଜବତ । ଆଜି ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଇଲେକ୍ଟ୍ରି ଅଫିସ ପଛ ଅଞ୍ଚଳରେ ପୋଲିସର ଛଡାଉ ବେଳେ ୫୧ କିଲୋ ଗଞ୍ଜେଇ ଆଉ ୧୦ଗ୍ରାମ ବ୍ରାଉନ ସୁଗାର ସହିତ ନଗଦ ୧୦ହଜାର ଟଙ୍କାକୁ ଜବତ୍ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଚାରିଜଣଙ୍କୁ ଗିରଫ କରିଛି ପୋଲିସ ।  ଏଵଂ ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ଏକ ଇଣ୍ଡିଗୋ କାର ଏବଂ ସରକାରୀ କାର୍ଯ୍ୟରେ ନିୟୋଜିତ ଏକ ବୋଲେରୋ ଗାଡ଼ି ମଧ୍ଯ ଜବତ କରିଛି ପୋଲିସ । ଏହି ଗଞ୍ଜେଇ ଫୁଲବାଣୀରୁ ଭୁବନେଶ୍ଵରକୁ ହେଇଥିଲା ଚାଲାଣ ହେଥିବା ନେଇ ସୂଚନା ମିଳିଥିବା ବେଳେ ଅଭିଯୁକ୍ତ ମାନେ ଗଂଜେଇ ବ୍ୟବସାୟକୁ ସୁରକ୍ଷିତ ଭାବରେ କରିବାକୁ ସରକାରୀ କାର୍ଯ୍ୟରେ ନିୟୋଜିତ ଗାଡ଼ିକୁ ଗଞ୍ଜେଇ ଚାଲାଣରେ  ବ୍ୟବହାର କରୁଥିବା ନେଇ ପୋଲିସ ସୁତ୍ରରୁ ଜଣାପଡିଛି । ଠିକ୍ ସେହିପରି ପୋଲିସ ର ବ୍ଲକିଙ୍ଗ ଚେକିଂ ବେଳେ ଖୋର୍ଦ୍ଧା ଜଙ୍କିଆ ଥାନା ଗୋଲବାଇ ଅଣ୍ଡାରପାସ ନିକଟରୁ ରୁ ୧୦ଗ୍ରାମ ବ୍ରାଉନସୁଗାର ଓ ନଗଦ ୧୦ହଜାର ଟଙ୍କା ସହିତ ଜଣେ ଅଭିଯୁକ୍ତକୁ ମଧ୍ଯ ପୋଲିସ ଗିରଫ କରିଛି ବୋଲି ଖୋର୍ଦ୍ଧା ଏସ୍ଡ଼ିପିଓ ସୂଚନା ଦେଇଛନ୍ତି।

Related posts

୪ ଯାଏଁ ପ୍ରବଳ ବର୍ଷା ସମ୍ଭାବନା;  ୱାର୍ଣ୍ଣିଂ ଜାରି 

mahabharatanews

ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦୮ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ପ୍ରବାସୀ ଫେରନ୍ତା ୨୬ଜଣ ସଂଘରୋଧ ଗୃହରେ ରହିଲେ 

mahabharatanews