ଓଡିଶା

ଅସହ୍ୟ ତାତି : ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ପାରଦ

(ଭୁବନେଶ୍ୱର) : ଧୀରେ ଧୀରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ତେବେ ଜୁନ୍ ମାସରେ ବି ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।  ପ୍ରବଳ ଖରା ଏବଂ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଛନ୍ତି। ତେବେ ସମ୍ବଲପୁର ଓ ସୋନପୁରରେ ଏହା ୪୪.୬ ଡିଗ୍ରିକୁ ଛୁଇଁଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ସୁଚଣ୍ଣୁଯାୟୀ,  ୪୪.୨ ଡିଗ୍ରି ସହ ଝାରସୁଗୁଡ଼ାରେ ଆଜି ଦ୍ବିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ପାରା ୪୩.୯ ଡିଗ୍ରି ଛୁଇଁଛି। ବାରିପଦା, ସୁନ୍ଦରଗଡ଼, ବରଗଡ଼ରେ ୪୩.୫, ରାଉରକେଲାରେ ୪୩.୧, ତାଳଚେରରେ ୪୩, ବଲାଙ୍ଗୀରରେ ୪୨.୫, ଅନୁଗୁଳରେ ୪୨.୧, କଟକ, ଭୁବନେଶ୍ବରରେ ୪୧.୬, ଟିଟିଲାଗଡ଼ରେ ୪୧.୫, ଚାନ୍ଦବାଲି, କେନ୍ଦୁଝର, ଦେବଗଡ଼, କେନ୍ଦ୍ରାପଡ଼ାରେ ୪୧, ଢେଙ୍କାନାଳରେ ୪୦.୯, ଭବାନୀପାଟଣାରେ ୪୦.୫, ନୂଆପଡ଼ାରେ ୪୦.୪, ଭଦ୍ରକ ଓ ଯାଜପୁରରେ ତାପମାତ୍ରା ୪୦ ଡିଗ୍ରି ରେକର୍ଡ କରାଯାଇଛି।

Related posts

ଘରୁ ମିଳିଲା ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ

mahabharatanews

୩ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା

mahabharatanews

ବରୁଣେଇ ପାଦଦେଶରେ ଗୁରୁ ଶିଷ୍ୟ ମିଳନ ଉତ୍ସବ

mahabharatanews