ଓଡିଶା

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନବନିର୍ମିତ ଶ୍ରେଣୀ ଗୃହ ଉଦଘାଟିତ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ ଚଣ୍ଡିଆଗଡି ପଞ୍ଚାୟତରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନବନିର୍ମିତ ଶ୍ରେଣୀ ଗୃହ ଉଦଘାଟିତ ହୋଇଯାଇଛି । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅନୁଦାନରୁ ନିର୍ମାଣ ହୋଇଥିବା ଶ୍ରେଣୀ ଗୃହକୁ  କେନ୍ଦ୍ରାପଡ଼ା ବିଜେପି ଜିଲ୍ଲା ସଭାପତି ଶଶାଙ୍କଶେଖର ସେଠି, ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ଡା,ସାଂସଦ ପ୍ରତିନିଧି ମହିମା ସ୍ୱାଇଁ,ଆଳି ବିଡ଼ିଓ ଅବିନାଶ ବିଶ୍ୱଜିତ ସେଠି, ଚଣ୍ଡୀଆଗଡି ସରପଞ୍ଚ ସନାତନ ସାହୁ, ଶିଶୁ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ପିତାମ୍ବର ଦାସ, ସଭାପତି ଶରତ କୁମାର ପାଣି, ସମ୍ପାଦକ ଅନାଦି ଚରଣ ଦାସ ପ୍ରମୁଖ ଯୋଗ ଦେଇ ନବ ନିର୍ମିତ ପ୍ରକୋଷ୍ଠ ର ଶୁଭ ଉଦଘାଟନ କରିଥିଲେ। ଉତ୍ତମ ଶିକ୍ଷlଦାନ ରେ ଅଗ୍ରସର ଏହି ଚଣ୍ଡୀଆଗଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କୋମଳମତି ଛାତ୍ର ଛାତ୍ରୀ ମାନଙ୍କ କୃତିତ୍ୱ ଅର୍ଜନ ରେ ସଫଳତା ହାସଲ କରୁଥିବା ବେଳେ ପ୍ରବେଶ ସଂଖ୍ୟା ବଢ଼ୁଥିବାରୁ ଯଥେଷ୍ଟ କୋଠରୀ ର ଆବଶ୍ୟକତା ଥାଇ ସାଂସଦ ଙ୍କ ଅନୁଦାନ ରେ ନୂତନ ପ୍ରକୋଷ୍ଟ ନିର୍ମାଣ ହୋଇଥିବାରୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଉଦଘାଟନୀ ପର୍ବ ରେ 3ନମ୍ବର ଜୋନ ସଭାପତି ରତିକାନ୍ତ ମହାନ୍ତି ଙ୍କ ସମେତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ।

Related posts

ଇସ୍ତଫା ଦେଲେ ଓଡ଼ିଶା ଉପବାଚସ୍ପତି ରଜନୀକାନ୍ତ ସିଂହ

mahabharatanews

ଖରିଫ୍ ୨୦୨୬ ପାଇଁ ସମବାୟ ବ୍ୟାଙ୍କ ମାଧ୍ୟମରେ ଚାଷୀଙ୍କୁ ବଡ଼ ଆର୍ଥିକ ସହାୟତା

mahabharatanews

ମାଗଣାରେ ସ୍ପୋକନ ଇଂରାଜୀ କୋର୍ସ ଯୋଗାଇଦେବେ ଦିଲ୍ଲୀ ସରକାର

mahabharatanews