ଓଡିଶା

ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ଆଇନମନ୍ତ୍ରୀ

ଗଜପତି ଜିଲ୍ଲା ମୋହନା ବ୍ଲକ ମାଣିକପୁର କେଶରୀ ନଗର ସ୍ଥିତ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ l ମନ୍ତ୍ରୀ ଲୁହlଗୁଡ଼ିରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ଦଳୀୟ କର୍ମୀମାନେ ତାଙ୍କୁ ସ୍ବାଗତ କରି ମାଣିକପୁର ସ୍ଥିତ ହନୁମାନ ମନ୍ଦିର କୁ ପାଛୋଟି ନେଇଥିଲେ l ମନ୍ଦିରରେ ପହଞ୍ଚି ପୂଜାର୍ଚନା ପରେ ସାଧାରଣ ସଭାରେ ଯୋଗଦେଇ ଜନ ସାଧାରଣଙ୍କୁ ସମ୍ବୋଧିତ କରିଥିଲେ  l

ମନ୍ଦିର ପ୍ରତିଷ୍ଠା ମାଧ୍ୟମରେ ଲୋକଙ୍କ ମଧ୍ୟରେ ସମରସତା ଭାବ ସୃଷ୍ଟି ସହ ସେବା ଭାବ ଜାଗ୍ରତ ଓ ସଂସ୍କୃତିକୁ ବଞ୍ଚାଇବା ପାଇଁ ହୋଇଥାଏ l ଆଗାମୀ ଦିନରେ ଜିଲ୍ଲାର ବିକାଶ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି l ଏହି ଗସ୍ତ ସମୟରେ  ଦିଗପହଣ୍ଡି ବିଧାୟିକ ସିଦ୍ଧାନ୍ତ ମହାପାତ୍ର, ମୋହନା ବିଧାୟକ ଦାଶରଥି ଗମାଙ୍ଗ ଓ ଜିଲ୍ଲା ପରିଷଦ  ଉନ୍ନୟନ ଅଧିକାରୀଙ୍କ ସମେତ ଦଳୀୟ ନେତା ଓ ସଂଘ କର୍ମକର୍ତ୍ତା ଯୋଗ ଦେଇଥିଲେ l

Related posts

ସଟଡାଉନ ସମୟରେ ପୋଲିସ ଉପରକୁ ଢେଲାମାଡ

mahabharatanews

ନିଳାଚଳ ଇସ୍ପାତ ନିଗମର ଘରୋଇକରଣ ପ୍ରତିବାଦ ଆନ୍ଦୋଳନ

mahabharatanews

ରାଜ୍ୟରେ ପୁଣି ୧୬ ଜଣଙ୍କ ଜୀବନ ନେଲା କରୋନା

mahabharatanews