ଓଡିଶା

ଓଡ଼ିଶା ପକ୍ଷ ପାଳନ ଉପଲକ୍ଷେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ପକ୍ଷ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀଦ୍ର ହୋନନାଗା  ଓ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମନୋରମା ଦେବୀ ଓ ଅବକାରୀ ଅଧୀକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

 ଓଡ଼ିଆ ପକ୍ଷ ପାଳନର ଅବସରରେ ପ୍ରତ୍ୟେକ ନାଗରିକ ଓ ବ୍ୟକ୍ତି ବିଶେଷଙ୍କୁ ଉତ୍ସାହିତ କରିବା  ସହ ” ଆସ ବହିଟିଏ କିଣିବା ” ଆମ ମାତୃଭାଷା ଆମ ସ୍ବାଭିମାନକୁ ବଳବତ୍ତର ରଖି ଓଡ଼ିଆ କବି, କବୟିତ୍ରୀ , ପ୍ରାବନ୍ଧିକ,ଲେଖକ ଙ୍କୁ ଉତ୍ସାହିତ କରିବା ଓଡ଼ିଆ ରେ ନୂତନ ସୃଷ୍ଟିର ଆବିଷ୍କାର ସହ ନୂତନ ପାଠକ ପାଠିକା ନିର୍ମାଣ କରି ସମାଜକୁ ଦିଗଦର୍ଶନ ପ୍ରଦାନ କରିବାରେ ସହାୟକ ହୋଇପାରିବ । ସେହିପରି ଜିଲ୍ଲା ସମସ୍ତ ବ୍ଲକ କାର୍ଯ୍ୟଳୟ ରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି।

Related posts

ଆଜି ରାଜ୍ୟରେ ୧୬୭ କରୋନା ପଜିଟିଭ ଚିହ୍ନଟ

mahabharatanews

ଆନ୍ଧ୍ରପ୍ରଦେଶରେ ସଡ଼କ ଦୁର୍ଘଟଣା , ୪ ଓଡ଼ିଆ ମୃତ

mahabharatanews

ପ୍ରଥମ ଥର ପାଇଁ କଟକ ‘ମହାନଦୀରେ ବୋଇତ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହେବ

mahabharatanews