ଓଡିଶାଦୁର୍ଘଟଣା

ପୁଅ ମୃତ୍ୟୁ ର ୩ଦିନରେ ବାପାର ମୃତ୍ୟୁ…

ରସୁଲପୁର ବ୍ଲକ ଅନ୍ତର୍ଗତ ଓଡ଼ିଶୋ ଅଣ୍ଡେଇଗୋଡ଼ା ପଞ୍ଚାୟତ ଆର୍ତ୍ତିଆ କୁସୁନପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା ପୁଅର ମୃତ୍ୟୁ ର ୩ଦିନରେ ବାପାର ମୃତ୍ୟୁ ଘଟିଛି । ସୂଚନା ଥାଉକି ପିତାମ୍ବର ସ୍ୱାଇଁ ୩୬ ପୁରୀ ଜିଲ୍ଲାର ବ୍ରହ୍ମଗିରି ରେ ତିନିମାସ ତଳେ ବିବାହ କରିଥିଲେ । ସେଠାରେ ପିତାମ୍ବର ସ୍ତ୍ରୀ ପ୍ଲସ ଥ୍ରୀ ପରୀକ୍ଷା ଦେଉଥିଲେ ଓ ତା ଶଶୁର ଘର  ଛାତ ପଡୁଥିବାରୁ ସେ ବ୍ରହ୍ମଗିରି ଯାଇଥିଲା । ସେଠାରୁ ସେ କାମସାରି ପର ଦିନ ବାଇକରେ ଫେରୁଥିବା ସମୟରେ ରେବଣା ହାଇସ୍କୁଲ ଛକ ବ୍ରହ୍ମଗିରି (ପୁରୀ ଜିଲ୍ଲା)ଠାରେ ଏକ ଟ୍ରାକ୍ଟର ଦୃଘଟଣାରେ ତାର  ସେଇଠାରେ ମୃତ୍ୟୁ  ମୃତ୍ୟୁ ହୋଇଥିଲା । ବ୍ରହ୍ମଗିରି ପୁଲିସ ଶବ ଜବତ କରି ପୁରୀ ମେଡିକାଲ ରେ ସବବେବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ । ତାଙ୍କ ଘର ଲୋକ ସେଠାରୁ ଶବ ଆଣି ଗାଁ ଶ୍ମାଶନରେ ଦାହ କରିଥିଲେ । ପିତାମ୍ବର ସ୍ତ୍ରୀ ଶବ ସାଙ୍ଗରେ  ଆର୍ତ୍ତିଆ ଆସିବା ପରେ ତାକୁ  ତାଙ୍କ  ଶଶୁର ଓ ଶାଶୁ ଘରେ ପୁରାଇ ଦେଇ ନଥିଲେ କି ଖାଇବାକୁ ଯାଚିନଥିଲେ କହିଥିଲେ ତୁ ମୋ ପୁଅକୁ ମାରିଦେଇଛୁ । ଦୁଇ ଦିନ ଘରେ ବହୁତ ପାଟି ତୁଣ୍ଡ ହେଇଥିଲା । ଗତ କାଲି ରାତିରେ ପୁଅର ମା ରସି ଲଗାଇ ଆତ୍ମହତ୍ୟା କରିବାକୁ ଯୋଜନା  କରିଥିଲା ତାକୁ ଦେଖିବା ପରେ ଘର ଲୋକେ ରାତିରେ ଯଗିକି ରହିଥିଲେ । ଆଜି ସକାଳୁ ପିତାମ୍ବର ର ବାପା ପ୍ରଫୁଲ କୁମାର ସ୍ୱାଇଁ ୬୮ ଏକ ବଗିଚାରେ କାଜୁ ଗଛ ରେ ନିଜ ବେକରେ ପକାଇ ଥିବା ଗାମୁଛାରେ ଝୁଲି ପଡ଼ିଥିଲେ । ଗାଁ ଲୋକ ବିଲକୁ ଯିବା ସମୟରେ ତାକୁ ଦେଖି ଶବକୁ ଘରକୁ ଆଣି ଗ୍ରାମ ଶ୍ମାଶନରେ ଶବଦାହ କରିଥିଲେ  ତାଙ୍କ ବଡ଼ ପୁଅ ଦିନେଶ କୁମାର ସ୍ୱାଇଁ ମୁଖାଗ୍ନି ଦେଇଥିଲେ ଗ୍ରାମରେ ବାପ ପୁଅଙ୍କ ମୃତ୍ୟରେ ଶୋକର ଛାୟା ଖେଳି ଯାଇଛି ।

Related posts

ଲାୟାନ୍ସ କ୍ଲବ୍ ଓ ସଂସ୍କାର ଗୋଶାଳା ପକ୍ଷରୁ ଧନୁଷ ଶୋଭାଯାତ୍ରାକୁ ବିପୁଳ ନାଗରିକ ସମ୍ବର୍ଦ୍ଧନା

mahabharatanews

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ; ଅନଲାଇନରେ ଯୋଡି ହେବେ ୧୩ ଲକ୍ଷ ପ୍ରବାସୀ ଓଡ଼ିଆ 

mahabharatanews

‘ପୁଷ୍ପା-୨’ ସୁଟିଂ ସେଟରେ ପହଞ୍ଚିଲେ ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ

mahabharatanews