କଟକ ନେତାଜୀ ବସ ଟର୍ମିନାଲ (CNBT) ପରିସରରେ ଓରମାସ (ORMAS) ପକ୍ଷରୁ ରିଟେଲ ଆଉଟଲେଟ୍ “ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର – the Village Store” ନୂତନ ଭାବେ ଖୋଲାଯାଇଛି। ଗ୍ରାମାଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHGs), ଚାଷୀ ଏବଂ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହ ସେମାନଙ୍କୁ ସିଧାସଳଖ ବଜାର ସୁବିଧା ଯୋଗାଇଦେବାରେ ଏହି ଷ୍ଟୋର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଆମର ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ଦିଗରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ।
ଏହାଦ୍ୱାରା CNBT କୁ ଆସୁଥିବା ରାଜ୍ୟ ଓ ରାଜ୍ୟ ବାହାରର ଯାତ୍ରୀମାନେ ଓଡ଼ିଶାର କଳା ଓ ସଂସ୍କୃତିର ସ୍ୱତନ୍ତ୍ର ସାମଗ୍ରୀ ପାଇପାରିବେ। ଏହି ଶୁଭ ଉଦଘାଟନୀ ଉତ୍ସବରେ ମାନ୍ୟବର କଟକ ଲୋକସଭା ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ, ଚୌଦ୍ବାର କଟକ ବିଧାୟକ ଶ୍ରୀ ଶୌଭିକ୍ ବିଶ୍ୱାଳ,କଟକ ଜିଲ୍ଲାପାଳ , ସି ଏମ୍ ସି କମିଶନର, ବିଭାଗୀୟ ଅଧିକାରୀବୃନ୍ଦ ଏବଂ ଜନସାଧାରଣ ଉପସ୍ଥିତ ରହିଥିଲେ।
