ଆଜି ବିଶ୍ୱ ଶ୍ରମିକ ଦିବସ । ଏହି ଦିନଟି ବିଶ୍ୱ ନିର୍ମାଣ ରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଶ୍ରମିକ ଭାଇ ଭଉଣୀ ମାନଙ୍କ ପାଇଁ ଉତ୍ସର୍ଗ କରାଯାଇଥିବା ବେଳେ ପାରାଦୀପ ର ଅଗ୍ରଣୀ ଯୁବ ସଂଗଠନ ବିବେକାନନ୍ଦ ୟୁଥ କ୍ଳବ ତରଫରୁ ଏକ ସ୍ଵଛକୃତ ରକ୍ତଦାନ ଶିବିର ଆୟୋଜନ କରି ଶ୍ରମିକ ମାନଙ୍କ ଉଦ୍ଦେଶ୍ୟ ରେ ସମର୍ପିତ କରିଛନ୍ତି। ଏହି କ୍ଳବ ର ସଂଖ୍ୟାଧିକ ସଦସ୍ୟ ଶ୍ରମିକ ଶ୍ରେଣୀ ର ହୋଇଥିବା ବେଳେ କିଛିବର୍ଷ ହେବ କ୍ରମାଗତ ଭାବରେ ଶ୍ରମିକ ଦିବସ ଅବସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ଆସୁଛି । ଆଜି ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଯୁବକ ମାନଙ୍କ ଏହିଭଳି ପ୍ରୟାସ କୁ ଉଚ୍ଚ ପ୍ରଶଂସା କରିଥିଲେ। ସେହିଭଳି ପାରାଦୀପ ନଗର ବିଜେପି ସଭାପତି ସୁବ୍ରତ ପ୍ରଧାନ ବିବେକାନନ୍ଦ ୟୁଥ କ୍ଳବ ର ସମସ୍ତ ସଦସ୍ୟ ଓ ପାରାଦୀପ ର ଶ୍ରମିକ ଭାଇ ଭଉଣୀ ମାନଙ୍କୁ ଶ୍ରମିକ ଦିବସ ର ଅଭିନନ୍ଦନ ଜଣାଇବା ସହିତ ଯୁବକ ମାନଙ୍କ ସ୍ୱେଚ୍ଛାକୃତ ମନୋଭାବ ଓ ସମାଜସେବା କାର୍ଯ୍ୟ କୁ ପ୍ରଶଂସା କରିବା ସହିତ ଏହି ଯୁବ ସଂଗଠନ ର ଉତ୍ତୋରାତ୍ତର ଉନ୍ନତି କାମନା କରିଛନ୍ତି।
previous post
next post
