ଓଡିଶା

୬ଟାରୁ ମହାପ୍ରଭୁଙ୍କ ଦର୍ଶନ ମନା

(ପୁରୀ) : ଆଜି ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଏଥିପାଇଁ ସଂଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏକ ମାସ ପରେ ପରେ ଶ୍ରୀଜିଉଙ୍କ ବନକଲାଗି ନୀତି କରାଯିବ।  ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ ,ଦତ୍ତମହାପାତ୍ର ନିଯୋଗ, ପରିଚାଳନା କମିଟି ସଦସ୍ୟ, ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ଆଲୋଚନା ପରେ ବନକଲାଗି ନୀତି କରିବାକୁ ନିଷ୍ପତ୍ତି ନିଆଯାଇଛି। ବହୁ ବାଦ ବିବାଦ ପରେ ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି। ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ।

Related posts

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା…

mahabharatanews

ରାଜ୍ୟ ବାହାରକୁ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜବତ କଲା ପୋଲିସ

mahabharatanews

୧୧ ବର୍ଷ ପରେ ମଧ୍ୟ ପାତାଳି କ୍ଷେତ୍ରର ବିକାଶ ହୋଇପାରୁ ନାହିଁ

mahabharatanews