ଓଡିଶା

ମାଟ୍ରିକ୍ ପରୀକ୍ଷାରେ ଏମଭି–୭୯ର ଛାତ୍ରୀ ଆଖି ମଣ୍ଡଳଙ୍କ ସଫଳତା

ସଂଘର୍ଷ ଓ ଅଦମ୍ୟ ପରିଶ୍ରମର ଏକ ପ୍ରେରଣାଦାୟକ କାହାଣୀ ହେଉଛି ଏମଭି–୭୯ର ଛାତ୍ରୀ ଆଖି ମଣ୍ଡଳଙ୍କ ସଫଳତା। ପିଲାଦିନରୁ ନିଜ ଆଇଙ୍କ ଘରେ ରହି, ମାମୁଁଙ୍କ ଦୋକାନରେ ସାହାଯ୍ୟ କରି ସେ ପଢ଼ା ଜାରି ରଖିଥିଲେ। ସମସ୍ତ ବାଧା ବିପରୀତ ସ୍ଥିତିକୁ ଜିତି, ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାରେ ୪୮୦ ମାର୍କ ପାଇ ସେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି।

ଆଖି ମଣ୍ଡଳ ଏମଭି–୭୯ ସରକାରୀ ସାବରୀ ବିଦ୍ୟା ଭବନରେ ଅଧ୍ୟୟନ କରୁଥିଲେ। ପଢ଼ା ସହ ସେ ଘରୋଇ ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ। ଦୋକାନରେ ଆଇ ଓ ମାମୁଁଙ୍କୁ ସହଯୋଗ କରିବା ସହିତ ସେ ନିଜ ପାଠ ପ୍ରତି ଅଟୁଟ ମନୋଯୋଗ ରଖିଥିଲେ। ତାଙ୍କର ଏହି ଦୃଢ଼ ସଂକଳ୍ପ ଓ ପରିଶ୍ରମ ଆଜି ଫଳଦାୟକ ହୋଇଛି।

ସ୍ଥାନୀୟ ଲୋକମାନେ କହୁଛନ୍ତି ଯେ, ସୁବିଧା ସଂପନ୍ନ ପରିବେଶରେ ରହିଥିବା ଅନେକ ଛାତ୍ରଛାତ୍ରୀ ଯେଉଁଠାରେ ପାଠ ପଢ଼ାରେ ଗୁରୁତ୍ୱ ଦେଇପାରୁନାହାନ୍ତି, ସେଠାରେ ଆଖିଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ଏକ ଜୀବନ୍ତ ଉଦାହରଣ। ତାଙ୍କର ଆଖିର ସ୍ୱପ୍ନ ଆଜି ସତ୍ୟ ହୋଇଛି ବୋଲି ସମସ୍ତେ ଖୁସି ପ୍ରକାଶ କରିଛନ୍ତି।ପରିବାର ସଦସ୍ୟ ଓ ଶିକ୍ଷକମାନେ ତାଙ୍କର ଏହି ସଫଳତାକୁ ନେଇ ଗର୍ବ ଅନୁଭବ କରୁଥିବା ବେଳେ, ଆଗାମୀ ଦିନରେ ଆଖି ଆଉ ବଡ଼ ସଫଳତା ଅର୍ଜନ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି।

Related posts

ଗଛରେ ପିଟି ହେଲା ଆମ୍ବୁଲାନ୍ସ, ଚାଳକ ଗୁରୁତର

mahabharatanews

ବିପଦରେ ଓଡ଼ିଆ ଅସ୍ମିତା, ଭାଷାକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ

mahabharatanews

ସାହରପଡା ବନାଞ୍ଚଳରୁ ଲକ୍ଷାଧିକ ଟଙ୍କାର ଶାଳକାଠ ଜବଦ

mahabharatanews