ଓଡିଶା

ଦିଲ୍ଲୀରେ ଜଣେ ଓଡିଆ ଯୁବ ଡାକ୍ତରଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର: ନୂଆଦିଲ୍ଳୀରେ ଜଣେ ଓଡିଆ ଡାକ୍ତରଙ୍କର କରୋନାରେ ମୃତ୍ୟୁ ହୋଇଛି । ମୃତ ଡାକ୍ତର ହେଲେ ବାଙ୍କିର ଡା ଅଶ୍ୱିନୀ କୁମାର ପ୍ରତାପ (୩୯) । ସେ ଆଜି ଦିଲ୍ଳୀସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ମୃତ୍ୟୁବରଣ କରିଛନ୍ତି । ସେ ୨୦୦୫ ବ୍ୟାଚରେ ଏମକେସିଜିରୁ ସ୍ନାତକ ଶେଷ କରିବା ପରେ ଏସସିବିରୁ ଏମବିବିଏସ କରିଥିଲେ । ଏହାପରେ ସେ ଦିଲ୍ଲୀରେ ଡବ୍ଲୁଏଚଓର ଏକ ପ୍ରୋଜେକ୍ଟରେ କାର୍ଯ୍ୟରତ ଥିଲେ । ରିସର୍ଚ୍ଚ ସମୟରେ ତାଙ୍କୁ କୋଭିଡ-୧୯ ସଂକ୍ରମଣକୁ ନେଇ ସନ୍ଦେହ ହେବାରୁ ସେ ଦୁଇ ପିଲା ଓ ସ୍ତ୍ରୀଙ୍କୁ ଭୁବନେଶ୍ୱର ପଠାଇଦେଇଥିଲେ । ପରେ ଲକ୍ଷଣ ପ୍ରକାଶ ପାଇବା ପରେ ସେ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ସାନ ଭାଇ, ବିଧବା ମା, ଦୁଇ ଝିଅ ଓ ସ୍ତ୍ରୀ ଅଛନ୍ତି । ପରିବାର ବର୍ଗ ତଥା ବନ୍ଧୁ ପରିଜନ ତାଙ୍କ ମୃତଦେହ ଦିଲ୍ଲୀରୁ ଆଣିବାକୁ ପ୍ରଶାସନିକ ସହଯୋଗ ଲୋଡିଛନ୍ତି । ଅପର ପକ୍ଷରେ ତାଙ୍କ ସ୍ତ୍ରୀ ଓ ଦୁଇ ପିଲା ମଧ୍ୟ ସଂକ୍ରମିତ ହୋଇ କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Related posts

୩୦ରୁ ରାଜ୍ୟରେ ବର୍ଷା ବଢିବ

mahabharatanews

ଅଷ୍ଟମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

mahabharatanews

୨୩ ଜିଲ୍ଲାରୁ ୪୯୪ କରୋନା ପଜିଟିଭ ଚିହ୍ନଟ, ୧୫ ହଜାର ଟପିଲା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews