bharatଭାରତଯୋଗାଯୋଗ

ଭାରତରେ ପେଟ୍ରୋଲ ରେଟ୍ ବଢି ଚାଲିଥିବାବେଳେ ପାକିସ୍ତାନରେ କମିଲା ପେଟ୍ରୋଲ ଦର ।

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ସମଗ୍ର ବିଶ୍ୱରେ ପଡିଥିବା ଦେଖିବାକୁ ମିଳୁଛି । ଯାହାର ଫଳ ସ୍ୱରୁପ ଅଶୋଧିତ ତୈଳ ଦର ବଢି ବଢି ଚାଲିଛି । ଏହାର ପ୍ରଭାବ ଏବେ ଭାରତ ଉପରେ ଦେଖିବାକୁ ମିଳୁଛି ଯେଉଁଥିପାଇଁ ଗତ ୧୦ ଦିନ ମଧ୍ୟରେ ତିନି ଥର ବଢିଲାଣି ପେଟ୍ରୋଲ ଦର କିନ୍ତୁ ଏହାରି ମଧ୍ୟରେ ପାକିସ୍ତାନରୁ ଆସିଛି ବଡ ଖବର । ପାକିସ୍ତାନ ସରକାର ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇ ପେଟ୍ରୋଲ ଏବଂ ଡିଜେଲ ଦାମ ହ୍ରାସ କରିଛନ୍ତି। ଶୁକ୍ରବାର ଦିନ ସେଠାକାର ସରକାର ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୬ ଟଙ୍କା ଏବଂ ହାଇ-ସ୍ପିଡ ଡିଜେଲ (HSD) ମୂଲ୍ୟରେ ୬.୮୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି।

ସରକାରଙ୍କ ନୂତନ ବିଜ୍ଞପ୍ତି ଅନୁଯାୟୀ, ଦାମ ହ୍ରାସ ପାଇବା ପରେ ପାକିସ୍ତାନରେ ଏବେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୪୦୩.୭୮ ଟଙ୍କା (ପାକିସ୍ତାନୀ ଟଙ୍କା) ଏବଂ ହାଇ-ସ୍ପିଡ ଡିଜେଲର ମୂଲ୍ୟ ୪୦୨.୭୮ ଟଙ୍କା ହୋଇଯାଇଛି। ଏହି ନୂଆ ଦର ଆଜି (୨୩ ମଇ) ଠାରୁ ଲାଗୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନ ସରକାର ଲଗାତାର ଦ୍ୱିତୀୟ ସପ୍ତାହ ପାଇଁ ତେଲ ଦାମ କମାଇଛନ୍ତି। ଏହା ପୂର୍ୱ ସପ୍ତାହରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୫ ଟଙ୍କା ହ୍ରାସ କରାଯାଇଥିଲା।

ପେଟ୍ରୋଲ ମୂଲ୍ୟ କମିବା ଦ୍ୱାରା ସେଠାକାର ମଧ୍ୟବିତ୍ତ ଶ୍ରେଣୀକୁ ବଡ଼ ଆଶ୍ୱସ୍ତି ମିଳିବ, କାରଣ ଏହାର ବ୍ୟବହାର ମୁଖ୍ୟତଃ ବ୍ୟକ୍ତିଗତ ଗାଡ଼ି, ସ୍କୁଟର ଓ ଅଟୋରିକ୍ସାରେ ହୋଇଥାଏ। ଅନ୍ୟପଟେ ହାଇ-ସ୍ପିଡ ଡିଜେଲର ବ୍ୟବହାର ଭାରୀ ଯାନବାହନ ଏବଂ ବଡ଼ ଜେନେରେଟରରେ କରାଯାଇଥାଏ । ତେବେ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ପରିସ୍ଥିତି ଆରମ୍ଭ ହେବା ପରେ ଗତ ମାର୍ଚ୍ଚ ୬ ତାରିଖରେ ସେଠାକାର ସରକାର ପେଟ୍ରୋଲ-ଡିଜେଲ ଦାମ ସିଧାସଳଖ ୫୫ ଟଙ୍କା ବଢ଼ାଇ ଦେଇଥିଲେ। ଏହାପରେ ଏପ୍ରିଲ ୨ରେ ପୁଣିଥରେ ପେଟ୍ରୋଲରେ ୪୩% ଏବଂ ଡିଜେଲରେ ୫୫% ଦାମ ବୃଦ୍ଧି କରାଯାଇଥିଲା। ତେବେ ଫେବୃଆରୀ ମାସରୁ ହିଁ ସେଠାକାର ସରକାର ପ୍ରତି ଶୁକ୍ରବାର ଦିନ ତେଲ ଦରର ସମୀକ୍ଷା କରୁଛନ୍ତି।

Related posts

ଦିଲୀପ ରାୟଙ୍କ ଦଣ୍ଡାଦେଶ ଉପରେ ରୋକ 

mahabharatanews

ମଣିପୁର ହିଂସା: କର୍ଫ୍ୟୁ ହେଲା କୋହଳ

mahabharatanews

ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କୁ ଗୁଳିମାଡ, ଦୁର୍ବୃତ୍ତ ଗିରଫ

mahabharatanews