ଓଡିଶା

କାଲି ମହାନଦୀରେ ନିଖୋଜ ହୋଇଥିବା ନାବାଳକ ଆଜି ଉଦ୍ଧାର…

କଟକ ସଦର କନ୍ଦରପୁର ଥାନା ଅନ୍ତର୍ଗତ ଦାମୋଦରପୁର -୨ ଗାଁ ପାଖ ମହାନଦୀରେ ନିଖୋଜ ନାବାଳକର ଶବ ଉଦ୍ଧାର। ଗତକାଲି ଅପରାହ୍ନ ପ୍ରାୟ ୨-ଟା ବେଳେ ସାଂଗ ମାନଙ୍କ ସହ ଗାଧୋଇବା ବେଳେ ମହାନଦୀର ସ୍ରୋତରେ ଭାସି ଗଲେ ନବମ ଶ୍ରେଣୀ ଛାତ୍ର ସୋମନାଥ ସେଠୀ ଓରଫ୍ ରାହୁଲ ।ଖବର ପାଇ କନ୍ଦରପୁର ଥାନା ପୋଲିସ ସହିତ ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି ରହିଥିଲା । ମୃତ ଛାତ୍ରର ଘର ଘଟଣା ସ୍ଥଳରୁ ୫-କିଲୋମିଟର ଦୂର ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଦରଡାପାରି ଗାଁରେ ।ଗତକାଲି ଅଗ୍ନିଶମ ବାହିନୀ ର ଅନେକ ଖୋଜାଖୋଜି ପରେ ମଧ ନିଖୋଜ ବାଳକର କୌଣସି ସନ୍ଧାନ ମିଳି ନ ଥିଲା। ଆଜି ସକାଳୁ ସକାଳୁ ଘଟଣା ସ୍ଥଳରୁ ଦୁଇ କିଲୋମିଟର ଦୂର ବାରଦା ଗାଁ ପାଖ ମହାନଦୀ ରେ ମୃତ ଦେହ ଦେଖି ଲୋକେ ପୋଲିସ କୁ ଖବର ଦେଇଥିଲେ।କନ୍ଦରପୁର ଥାନା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି।

Related posts

ସ୍କୁଲ ଫି ଲାଗି ପିଲା ବନ୍ଦୀ ପ୍ରସଙ୍ଗ

mahabharatanews

ନ୍ୟାୟରୁ ବଞ୍ଚିତ ଦମ୍ପତିଙ୍କ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ

mahabharatanews

କଳିଙ୍ଗ ଶଙ୍କର ଚକ୍ଷୁ ଚିକିତ୍ସା କର୍ମଶାଳା ଆୟୋଜିତ

mahabharatanews