ଓଡିଶା

ଓଏଏସ୍ ରେ ସଫଳତା ପରେ ବିରେନ୍ଦ୍ର କୁମାର ଜେନାଙ୍କୁ ଭବ୍ୟ ସମ୍ବର୍ଦ୍ଧନା…

ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ପଞ୍ଚାୟତର ଯୁବ ପ୍ରତିଭା ବିରେନ୍ଦ୍ର କୁମାର ଜେନା ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାରେ ସଫଳତା ଅର୍ଜନ କରିବା ପରେ ନିଜ ଜନ୍ମମାଟିକୁ ଫେରିଥିବା ବେଳେ ପଞ୍ଚାୟତବାସୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି। ନଳାଙ୍ଗ ଠାରୁ କଲେଇ ପଞ୍ଚାୟତ ପର୍ଯ୍ୟନ୍ତ ଏକ ଆନନ୍ଦ ଓ ଉତ୍ସବମୁଖର ପରିବେଶ ମଧ୍ୟରେ ତାଙ୍କୁ ପାଛୋଟି ଅଣାଯାଇଥିଲା। ବିରେନ୍ଦ୍ର କୁମାର ଜେନାଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର କଲେଇ ପଞ୍ଚାୟତ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି। ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସରପଞ୍ଚ ବିଳାସିନୀ ସ୍ୱାଇଁ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର ବାସନ୍ତି ଜେନାଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ଓ ଗ୍ରାମର ବିଶିଷ୍ଟ ବ୍ୟକ୍ତିବର୍ଗ ଉପସ୍ଥିତ ରହିଥିଲେ।

ଏହି ଅବସରରେ ମୁନା ମଲ୍ଲିକ, ସୁନିଲ ଲେଙ୍କା, କୃଷ୍ଣ ଚନ୍ଦ୍ର ବେହେରା, ମହେଶ୍ୱର ଲେଙ୍କା, ତାପସ ରାୟ, ତୁଷାର କାନ୍ତ ପରିଡା, ପ୍ରକାଶ ଜେନା, ଦୀପକ ନାୟକ, ବାଦଲ ଦାସ, ମହେନ୍ଦ୍ର ପାତ୍ର, ଅଭିନ୍ନ ସାହୁ, ଅମର ରାୟ, ଚିତ୍ତରଞ୍ଜନ ମଲ୍ଲିକଙ୍କ , ପ୍ରଭାତ କୁମାର ଜେନା,ସହ ବହୁ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ବିରେନ୍ଦ୍ରଙ୍କୁ ଫୁଲଗୁଚ୍ଛ, ଉତ୍ତରୀ ଓ ଶୁଭେଚ୍ଛା ଜଣାଇ ସମ୍ବର୍ଦ୍ଧିତ କରିଥିଲେ। ସ୍ୱାଗତ ଶୋଭାଯାତ୍ରା ସମୟରେ ବାଜା, ଶଙ୍ଖଧ୍ୱନି ଓ ଆତସବାଜିର ଶବ୍ଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଗ୍ରାମବାସୀମାନେ ରାସ୍ତାର ଉଭୟ ପାର୍ଶ୍ୱରେ ଠିଆ ହୋଇ ନିଜ ଅଞ୍ଚଳର ଏହି କୃତୀ ସନ୍ତାନଙ୍କୁ ସ୍ୱାଗତ ଜଣାଇଥିଲେ।

ବିରେନ୍ଦ୍ର କୁମାର ଜେନା ନିଜ ଜନ୍ମଭୂମିରେ ପହଞ୍ଚିବା ପରେ ପ୍ରଥମେ ଗ୍ରାମ ଦେବୀଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଏହାପରେ ସେ ନିଜ ପିଲାବେଳର ବିଦ୍ୟାଳୟକୁ ଯାଇ ଶିକ୍ଷକ ଓ ଗୁରୁଜନମାନଙ୍କୁ ପ୍ରଣାମ କରି ସେମାନଙ୍କ ଆଶୀର୍ବାଦ ନେଇଥିଲେ। ତାଙ୍କର ଏହି ବିନମ୍ରତା ଓ ଗୁରୁଜନଙ୍କ ପ୍ରତି ସମ୍ମାନବୋଧ ଉପସ୍ଥିତ ଲୋକମାନଙ୍କୁ ଭାବବିହ୍ୱଳ କରିଥିଲା। ସମ୍ବର୍ଦ୍ଧନା ସଭାରେ ବକ୍ତାମାନେ କହିଥିଲେ ଯେ, ବିରେନ୍ଦ୍ରଙ୍କ ସଫଳତା ଆଜିର ଯୁବପିଢ଼ି ପାଇଁ ଏକ ପ୍ରେରଣା। ତାଙ୍କର କଠିନ ପରିଶ୍ରମ, ନିଷ୍ଠା ଓ ଅଦମ୍ୟ ଇଚ୍ଛାଶକ୍ତି ଯୋଗୁଁ ସେ ଏହି ସଫଳତା ହାସଲ କରିଛନ୍ତି। ଭବିଷ୍ୟତରେ ସେ ଜଣେ ଦକ୍ଷ ଓ ଜନମୁଖୀ ପ୍ରଶାସକ ଭାବେ ରାଜ୍ୟ ଏବଂ ସମାଜର ସେବା କରିବେ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ।

Related posts

ଦ୍ଵିତୀୟ ଦିନରେ ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ,ପ୍ରବଳ ଭିଡ଼

mahabharatanews

ବାଲିଗୁଡାଠାରେ ମା ଠାକୁରାଣିଙ୍କ ଯାତ୍ରା, ପ୍ରଥମ ଦିନ ରେ ନଗରପରିକ୍ରମା କଲେ ମା’

mahabharatanews

ଅଜଣା ରୋଗରେ କବଳିତ ହୋଇ , ଦୀର୍ଘ ୭ ବର୍ଷ ଧରି ଜୀବନ ସହ କରୁଛି ସଂଘର୍ଷ

mahabharatanews