ଓଡିଶା

ତାତିରେ ଲାଗିବ ବ୍ରେକ

ତାତିରେ ଲାଗିବ ବ୍ରେକ ।  କିନ୍ତୁ ଗରମ ଓ ଗୁଳୁଗୁଳି ଜାରି ରହିପାରେ । ଆଜି ପୂରା ଓଡ଼ିଶାକୁ କାଳବୈଶାଖୀ ପାଇଁ ଆଲର୍ଟ ଜାରି । ପଶ୍ଚିମ ଓଡ଼ିଶାରେ ତାତିରୁ ତ୍ରାହି ମିଳିବା ଆଶା କମ୍ । ତେବେ କାଳବୈଶାଖୀ ପ୍ରଭାବରେ ବହୁ ସ୍ଥାନରେ ବର୍ଷା ହୋଇପାରେ। ୧୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। କେନ୍ଦୁଝର, ଢ଼େଙ୍କାନାଳ, ମୟୂରଭଞ୍ଜ ଏବଂ ଅନୁଗୋଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କିଛି କିଛି ସ୍ଥାନରେ ଘଣ୍ଟାପ୍ରତି ପବନର ବେଗ ୬୦ରୁ ୭୦ କିମି ପର୍ଯ୍ୟନ୍ତ ବହିପାରେ। ଆଜି ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।

୫୦ରୁ ୬୦କିମି ବେଗରେ ପବନ ବହିପାରେ । ଅନ୍ୟପଟେ ଗରମ ଓ ଗୁଳୁଗୁଳି ପାଇଁ ଦକ୍ଷିଣ ଓଡ଼ିଶାର ଦୁଇ ଜିଲ୍ଲା ଗଞ୍ଜାମ ଏବଂ ଗଜପତି ସହ ଉପକୂଳ ଓଡ଼ିଶାକୁ ଆଲର୍ଟ ଜାରି ହୋଇଛି। ସେହିପରି ଆସନ୍ତା କାଲି ମଧ୍ୟ ପୂରା ଓଡ଼ିଶାକୁ କାଳବୈଶାଖୀ ନେଇ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଲାଗି ରହିବ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ୨ରୁ ୪ ଡିଗ୍ରୀ ଖସିବ ଦିନ ତାପମାତ୍ରା। ପରବର୍ତ୍ତୀ ଦୁଇ ଦିନରେ ପଶ୍ଚିମ ଓଡିଶାର ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର, ନୂଆପଡ଼ା ଏବଂ ବରଗଡ଼ରେ ୪୨ ରୁ ୪୪ ଡିଗ୍ରୀ ରହିବ ତାତି।

Related posts

୧୯ରୁ ବଦଳିବ ପାଗ 

mahabharatanews

ମର୍ମାନ୍ତୁତ ସଡକ ଦୃଘଟଣା ; ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

mahabharatanews

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

mahabharatanews