ଖେଳଦେଶ ବିଦେଶ

ହଟିଲେ ସୂର୍ଯ୍ୟକୁମାର ନୂଆ ଅଧିନାୟକ ଶ୍ରେୟସ ଆୟର

ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଟି-ଟ୍ୱେଣ୍ଟି ଦଳ ଘୋଷଣା ହୋଇଛି । ଭାରତୀୟ ଟି-ଟ୍ୱେଣ୍ଟି କ୍ରିକେଟ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ଭାରତର ନୂଆ ଟି-ଟ୍ୱେଣ୍ଟି ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ସେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ନେବେ । କେବଳ ଅଧିନାୟକ ପଦ ନୁହେଁ ଖରାପ ଫର୍ମ ଦେଇ ଯାଉଥିବାରୁ ସୂର୍ଯ୍ୟକୁମାରଙ୍କୁ ସମ୍ପୂର୍ଣ୍ଣ ଦଳରୁ ମଧ୍ୟ ବାଦ ଦିଆଯାଇଛି । ତିଲକ ବର୍ମାଙ୍କୁ ଉପ-ଅଧିନାୟକ କରାଯାଇଛି । ଏହା ସହିତ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀଙ୍କର ଟିମ୍ ଇଣ୍ଡିଆରେ ଏଣ୍ଟ୍ରୀ ହୋଇଛି । ଭାରତ ଆୟର୍ଲାଣ୍ଡ ବିପକ୍ଷରେ ୨ଟି ଏବଂ ଇଂଲଣ୍ଡ ବିପକ୍ଷରେ ୫ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ ।

BCCI overlooks Ruturaj Gaikwad, officially confirms Virat Kohli's  replacement for Afghanistan ODIs

ଆୟର୍ଲାଣ୍ଡ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜୁନ୍‌ ୨୬ ଓ ୨୮ ତାରିଖରେ ଖେଳାଯିବ । ‌ଏହି ଦୁଇଟି ଯାକ ମ୍ୟାଚ୍‌ ବେଲ୍‌ଫାଷ୍ଟରେ ଖେଳାଯିବ । ଏହାପରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜୁଲାଇ ୧ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ମୁମ୍ବାଇ ସ୍ଥିତ ବିସିସିଆଇର ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ଚୟନ କମିଟିର ବୈଠକ ବସିଥିଲା । ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ, ଜାତୀୟ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର ଏବଂ ଅନ୍ୟ ଚୟନକମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ପୂର୍ବରୁ ଯାହା ଆଲୋଚନା ହୋଇଥିଲା ସେହି ଅନୁସାରେ ଟିମ୍‌ରେ ପ୍ଲେୟାରଙ୍କୁ ସ୍ଥାନ ମିଳିଛି ।

India's Squad Announcement For Ireland And England T20Is, Asian Games:  Shreyas Iyer New T20I Captain, Vaibhav Sooryavanshi Gets Call-Up | Cricket  News

ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ଲାଗି ଭାରତୀୟ ଦଳ: ଶ୍ରେୟସ ଆ୍ରୟର (ଅଧିନାୟକ), ଅଭି‌ଷେକ ଶର୍ମା, ସଞ୍ଜୁ ସାମ୍‌ସନ୍‌ (ୱିକେଟ୍‌ରକ୍ଷକ), ଈଶାନ କିଶନ (ୱିକେଟ୍‌ରକ୍ଷକ), ଶିବମ ଦୁବେ, ତିଳକ ବର୍ମା (ଉପଅଧିନାୟକ), ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ବୈଭବ ସୂର୍ଯ୍ୟବଂଶୀ, ପ୍ରିନ୍ସ ଯାଦବ ।

BCCI announces India's T20I squad for England & Ireland tour; Shreyas Iyer  named captain | Akashvani News

Related posts

ଏଠାରୁ ଚାଲିଯାଅ, ତୁମେ ଟ୍ରାଫିକ ଅବରୋଧ କରୁଛ..

mahabharatanews

ଚଢାଉ ସାରି ଫେରୁଥିବା ଗଛକୁ ଧକ୍କା ଦେଲା ପୋଲିସ ଗାଡ଼ି, ସବଇନ୍ସପେକ୍ଟରଙ୍କ ମୃତ୍ୟୁ, ୫ ପୋଲିସ ଆହତ

mahabharatanews

ମେଲବୋର୍ଣ୍ଣରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

mahabharatanews