ଅପରାଧଓଡିଶା

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ଆଇଟିଡିଏ (ITDA) ସହକାରୀ ନିର୍ବାହୀ ଯନ୍ତ୍ରୀ । ବାଲିଗୁଡାର AEE ବୈକୁଣ୍ଠ ନାଥ ବେହେରାଙ୍କୁ ଗିରଫ କରିଛି  ଭିଜିଲାନ୍ସ ଟିମ୍ । ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୨ ଜଣ ଅତିରିକ୍ତ ଏସ୍‌ପି, ୫ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍ ଗତକାଲି ଚଢାଉ କରିଥିଲେ । ବୈକୁଣ୍ଠ ନାଥ ବେହେରାଙ୍କ ସମ୍ପର୍କିତ ୯ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଆରମ୍ଭ କରାଯାଇଥିଲା ।

Image

ଚଢାଉ ବେଳେ କୋଟି କୋଟି ଟଙ୍କା ଜବତ କରାଯାଇଥିବା ୪ରୁ ଅଧିକ ହାଇଫାଇ ଆଇଫୋନ୍, ମୂଲ୍ୟବାନ ବ୍ରାଣ୍ଡେଡ୍ ବ୍ୟାଗ୍ ଓ ୩ଟି ଦାମୀ ହୀରା ମୁଦି ମିଳିଛି। ସବୁଠୁ ଆଶ୍ଚର୍ୟ୍ୟର କଥା, ତାଙ୍କ ସଉକ ପାଇଁ ସେ ୨୪ କ୍ୟାରେଟ୍ ସୁନାରେ ୩ଟି ସୁନା ମୂର୍ତ୍ତି ତିଆରି କରି ରଖିଥିଲେ, ଯାହା ତାଙ୍କର ଅତ୍ୟଧିକ ବିଳାସମୟ ଜୀବନଶୈଳୀର ପ୍ରମାଣ। ଭୁବନେଶ୍ୱରରୁ ନେଇ ଯାଜପୁର ଓ ବାରିପଦା ପର୍ୟ୍ୟନ୍ତ ବୈକୁଣ୍ଠଙ୍କ ସମ୍ପର୍କୀୟ ଓ ତାଙ୍କ ସହ ଜଡ଼ିତ ଘରଗୁଡ଼ିକରେ ଖୋଳତାଡ଼ କରାଯାଇଥିଲା । ଭୁବନେଶ୍ୱରର କାନନ ବିହାରସ୍ଥିତ ବୈକୁଣ୍ଠଙ୍କ ଆଲିସାନ ବାସଭବନରେ ଭିଜିଲାନ୍ସ ଟିମ୍ ପହଞ୍ଚିବା ପରେ ସେଠାରେ ଥିବା ଦାମୀ ସାମଗ୍ରୀ ଦେଖି ଅଧିକାରୀମାନେ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଇଥିଲେ ।

Related posts

ଡିଜିଙ୍କ ଦିନିକିଆ ବଲାଙ୍ଗୀର ଗସ୍ତ

mahabharatanews

ଜ୍ୟୋତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

mahabharatanews

ରାଜ୍ୟରେ ପୁଣି ଥରେ ଘରୋଇ ବସ ଭଡା ବୃଦ୍ଧି

mahabharatanews