ଅପରାଧଓଡିଶା

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଜରପଡ଼ା ଥାନାର ଏଏସଆଇ

ଲାଞ୍ଚ ନେଉଥିବା ବେଳେ ଜରପଡ଼ା ଥାନାର ଏଏସଆଇ ଭିଜିଲାନ୍ସ ଜାଲରେ। ଅନୁଗୋଳ ଜିଲ୍ଲା ଜରପଡ଼ା ଥାନାର ଏଏସଆଇ ସୀତା ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି। ଜଣେ ଅଭିଯୋଗକାରୀଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଅନୁଗୋଳ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ କାବୁ କରିଥିଲା। ଭିଜିଲାନ୍ସ ସୂଚନା ଅନୁସାରେ, ୨୪୯/୨୦୨୫ ନମ୍ବର ମାମଲାର ଫାଇନାଲ ରିପୋର୍ଟ ଦାଖଲ କରିବା ପାଇଁ ଏଏସଆଇ ସୀତା ନାୟକ ଅଭିଯୋଗକାରୀଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଅଭିଯୋଗର ସତ୍ୟତା ଯାଞ୍ଚ ପରେ ଭିଜିଲାନ୍ସ ପକ୍ଷରୁ ଏକ ଯୋଜନାବଦ୍ଧ ଚଢ଼ାଉ କରାଯାଇଥିଲା।ଯୋଜନା ମୁତାବକ ଆଜି ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ସୀତା ନାୟକଙ୍କୁ ରଙ୍ଗେହାତ ଧରିଥିଲେ। ତାଙ୍କ ନିକଟରୁ ଲାଞ୍ଚ ବାବଦର ୮ ହଜାର ଟଙ୍କା ଜବତ କରାଯାଇଛି।ଏହାପରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତକୁ ଆଗକୁ ବଢ଼ାଯାଇଛି। ଜରପଡ଼ାସ୍ଥିତ କାର୍ଯ୍ୟାଳୟ, ସ୍ଥାନୀୟ ଅଞ୍ଚଳରେ ଥିବା ଭଡ଼ା ଘର ଏବଂ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଅଁଳାପାଳ ଗାଁରେ ଥିବା ଶ୍ୱଶୁର ଘରେ ଏକକାଳୀନ ଚଢ଼ାଉ ଜାରି ରହିଛି।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ନେଇ ମଧ୍ୟ ଅଧିକ ତଦନ୍ତ ଚାଲିଥିବା ବେଳେ, ଏହି ଅପରେସନରେ ଭିଜିଲାନ୍ସର ତିନୋଟି ଟିମ୍ ସାମିଲ ଥିବା ସୂଚନା ମିଳିଛି।

Related posts

ମାଲକାନଗିରି ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ମାତୃଛାୟା ଆଶ୍ରମରେ ଯୌନ ନିର୍ଯାତନା ଅଭିଯୋଗ, ଅତିରିକ୍ତ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

mahabharatanews

୧୨ କେଜି ଗଞ୍ଜେଇ ଜବତ, ୩ ଗିରଫ

mahabharatanews