ଓଡିଶା

ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

(ଭୁବନେଶ୍ୱର) : ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ବ୍ରେନ ଡେଡ୍ ହୋଇଥିବା ନେଇ ତାଙ୍କ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଗତ ୧୮ ତାରିଖ ବିଳମ୍ବିତ ରାତିରେ ଦାମ ରାଉତ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବାପରେ ଦାମ ରାଉତଙ୍କୁ CPR ଦିଆଯାଇ ନଥିବା ସମ୍ବିତ ରାଉତରାୟ ଅଭିଯୋଗ କରିଛନ୍ତି। ସିପିଆର ନ ଦେବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା। ଏହାପରେ ତୁରନ୍ତ ତାଙ୍କୁ ସେଠାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ରାଉତଙ୍କର ଚିକିତ୍ସା ଚାଲିଛି। ତେବେ ସମ୍ବିତଙ୍କ ଅଭିଯୋଗ ଉପରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏମିତି କରନ୍ତୁ ସେ ଆହୁରି କହିଛନ୍ତି ଯେ, ରାତି ୩ଟାରେ ବାପାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲୁ । ବାରମ୍ବାର କହିବା ସତ୍ତ୍ୱେ କ୍ୟାପିଟାଲ ହସ୍ପିଟାଲରେ ସିପିଆର୍‌ ଦେଲେନି । ବାଧ୍ୟହୋଇ ସେଠାରୁ ଆମେ ବାପାଙ୍କୁ ଘରୋଇ ହସ୍ପିଟାଲ ନେଲୁ । ସେହି ଯିବା ଆସିବା ଭିତରେ କିଛି ସମୟ ଡେରି ହୋଇଗଲା । ଫଳରେ ବ୍ରେନକୁ ଅକ୍ସିଜେନ୍‌ ଓ ବ୍ଲଡ୍‌ ଠିକ ଭାବେ ଗଲାନି ବୋଲି ଅଭିଯୋଗ କରିଛନ୍ତି ଦାମଙ୍କ ପୁଅ ।

Related posts

ଆଉ ୫ ଜିଲ୍ଲାରେ ଲକ୍ଷ୍ମୀ ବସ୍

mahabharatanews

୨୧ ଦିନ କ୍ୱାରେଣ୍ଟାଇନରୁ ସୁସ୍ଥ ହୋଇ ଘରକୁ ଫେରିଲେ ଶତାଧିକ ପ୍ରବାସୀ

mahabharatanews

ସୂଚନା ଲୋକସମ୍ପର୍କ ଅଧିକାରୀ ଙ୍କୁ ଅବସର ବିଦାୟ ସମ୍ବର୍ଦ୍ଧନା ସଭା…

mahabharatanews