ଓଡିଶା

ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ସମ୍ମିଳନୀରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ଏବଂ ଲିକୁ ସାହୁ

ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଜାଜପୁର ଜିଲ୍ଲାରେ ଏକ ସ୍ୱତନ୍ତ୍ର ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ଓ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ମିଳନୀରେ ବଡ଼ଚଣା ବିଧାୟକ ଶ୍ରୀ ଅମର ନାୟକ, ଧର୍ମଶାଳା ବିଧାୟକ ନିକୁ ସାହୁ, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଗୌତମ ରାୟ, ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଦେବଯାନୀ ପ୍ରଧାନ, ବିଂଝାରପୁରର ନେତ୍ରୀ ଶ୍ରୀମତୀ ବବିତା ମଲ୍ଲିକ, ବରୀର ନେତା ଶ୍ରୀ ଉମେଶ ଜେନାଙ୍କ ସମେତ ଜିଲ୍ଲାପାଳ ଓ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ।

ଏହାସହ ବିଭିନ୍ନ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର, ଡିଜିଟାଲ କ୍ରିଏଟର ଏବଂ ବୁଦ୍ଧିଜୀବୀମାନେ କାର୍ଯ୍ୟକ୍ରମରେ ସାମିଲ ହୋଇ ମତାମତ ରଖିଥିଲେ।

ରାଜ୍ୟ ସରକାରଙ୍କ ଦୁଇ ବର୍ଷର ଜନମୁଖୀ ବିକାଶମୂଳକ କାର୍ଯ୍ୟ, ସୁଶାସନ, ଲୋକକଲ୍ୟାଣମୂଳକ ଯୋଜନା ଏବଂ ଭବିଷ୍ୟତ ବିକାଶ ରୋଡମ୍ୟାପକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ବକ୍ତାମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ଓ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ଯୋଜନାଗୁଡ଼ିକ ସମ୍ପର୍କରେ ନିଜ ମତ ରଖିଥିଲେ।

 

Related posts

ଆସନ୍ତା ୨୪ ଘଣ୍ଟାରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା 

mahabharatanews

ତିନି ଦିନିଆ ଓଡ଼ିଶା ଗସ୍ତରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ,ଡାକୋଟା ବିମାନର କରିବେ ପରିଦର୍ଶନ

mahabharatanews

ଖଲ୍ଲିକୋଟ ହିଂସାକାଣ୍ଡ; ତଦନ୍ତ ପାଇଁ ଏସଆଇଟି ଗଠିତ

mahabharatanews