ଓଡିଶା

ତିଖିରିରେ ସାମାଜିକ ଅଡିଟ୍ ନିଷ୍ପତ୍ତିକୁ ସ୍ୱାଗତ, ତେବେ ସମସ୍ତ ଜିପିରେ କାହିଁକି ନୁହେଁ?

କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରି ଗ୍ରାମପଞ୍ଚାୟତରେ ସାମାଜିକ ଅଡିଟ୍ କରିବାକୁ ପଞ୍ଚାୟତିରାଜ ବିଭାଗର ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଏହି ପଦକ୍ଷେପକୁ ପୂର୍ବତନ ମୁଖ୍ୟ ସଚିବ ଓ ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନା ସ୍ୱାଗତ କରିଥିବାବେଳେ ସାମାଜିକ ଅଡିଟ୍‌ର ପରିଧିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କରିଥିବା ଏକ ପୋଷ୍ଟରେ ପ୍ରଦୀପ ଜେନା କହିଛନ୍ତି ଯେ, ତିଖିରି ଗ୍ରାମପଞ୍ଚାୟତରେ ସାମାଜିକ ଅଡିଟ୍ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏହି ଅଡିଟ୍ କେବଳ ତିଖିରି ଗ୍ରାମପଞ୍ଚାୟତରେ ସୀମିତ ରହିବ ନା ମହାକାଳପଡ଼ା ବ୍ଲକର ସମସ୍ତ ଗ୍ରାମପଞ୍ଚାୟତକୁ ଏହାର ପରିସରଭୁକ୍ତ କରାଯିବ, ତାହା ସ୍ପଷ୍ଟ ହେବା ଆବଶ୍ୟକ।

 

Related posts

ପେଟ୍ରୋଲପମ୍ପ ଗୁଡିକୁ ଏକାଥରକେ ୫୦ ଲିଟର ରୁ ଅଧିକ ପେଟ୍ରୋଲ ବିକ୍ରି ମନା…

mahabharatanews

ହିଙ୍ଗୁଳାଙ୍କ ପୀଠରେ ବହୁଭକ୍ତ ସମାଗମର ଫୋଟ ପୋଷ୍ଟ କରି ଯୁବ ଆଇନଜୀବୀ ଗିରଫ

mahabharatanews

ପଦ ପକ୍କା କଲେ ପ୍ରମୋଦ,ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରମୋଦ

mahabharatanews