ଓଡିଶା

ଉଜ୍ଜ୍ଵଳା ମ୍ୟାନଙ୍କ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା, ଦ୍ୱୀପ ଦାନ ସହ ବସ୍ତ୍ର ଓ ଫଳ ବାଣ୍ଟି ୫୭ଟି ବୃକ୍ଷରୋପଣ କଲେ ବିଧାୟକ ବିଭୂତି ଭୂଷଣ ପ୍ରଧାନ

ଉଜ୍ଜ୍ଵଳା ମ୍ୟାନ ବା ଜାତୀୟ ଶିକ୍ଷା ନୀତିର ସଫଳ ନାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି କର୍ମୀ ଓ ନେତା ଏବଂ ଶୁଭାକାଂକ୍ଷୀ। ତାଙ୍କ ପ୍ରୟାସରେ ଭାରତକୁ ଜ୍ଞାନ, ଶିକ୍ଷା ଓ ନବସୃଜନର ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେଉଛି ବୋଲି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜ ଏକ୍ସ ପୋଷ୍ଟରେ କହିଛନ୍ତି। ଯାହାକୁ ନେଇ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ କୁଆଳୋ ପଞ୍ଚାୟତ ସୁବର୍ଣ୍ଣପୁର ଗାଁରେ ଲୋକଙ୍କୁ ବସ୍ତ୍ର ଓ ଫଳ ବଣ୍ଟନ କରିଥିଲେ। ଏପରିକି କୁଆଳୋ ଗାଁ ସ୍ଥିତ ବାବା ଅଷ୍ଟଶମ୍ଭୁଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସହ ଦ୍ବୀପ ଦାନ କରିଥିଲେ। ପରେ କନ୍ତୋର ଗାଁ ସ୍ଥିତ କନକେଶ୍ଵର ମନ୍ଦିର ପରିସରରେ ୫୭ ଗୋଟି ନଡ଼ିଆ ଗଛ ରୋପଣ କରିଥିଲେ। ଅନେକ ବାଧା ବିଘ୍ନ ପରେ ଜଣେ ସଫଳ ଉଜ୍ଜଳା

ମ୍ୟାନ ଭାବେ ସମଗ୍ର ଦେଶରେ ପରିଚିତ ହେବା ସହ ଜାତୀୟ ଶିକ୍ଷାନୀତି କ୍ଷେତ୍ରରେ ବୈପ୍ଲାତ୍ମକ ପରିବର୍ତ୍ତନ ଆଣିଛନ୍ତି ଧର୍ମେନ୍ଦ୍ର। ନିଜର ଛାତ୍ର ଜୀବନରୁ ଆରମ୍ଭ କରି ଜଣେ ସଫଳ ରାଜନେତା ହେବା ପର୍ଯ୍ୟନ୍ତଅନେକ ଜନହିତକର କାର୍ଯ୍ୟ କରିଛନ୍ତି।ସେ ବିଧାୟକ,ସାଂସଦ ଏବଂ ମନ୍ତ୍ରୀ ଭାବେ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି। ଯାହାକୁ ନେଇ ତାଙ୍କର ଦୀର୍ଘାୟୁ ସହ ଶୁଭକାମନା କରିଛନ୍ତି ଶୁଭାକାଂକ୍ଷୀ। ଏହି ଅବସରରେ ପରଜଙ୍ଗ ମହାବିଦ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ତେବେ ବିଭିନ୍ନ କାର୍ଯ୍ୟକ୍ରମରେ ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ ସମେତ ସରପଞ୍ଚ ଅଜିତ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ସାହୁ, ଯୁବନେତା ଅମରେଶ ସାହୁ, ବିବତ୍ସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଆଗ।ମୀ ଦିନରେ ଗୋଷ୍ଠୀ ସଂକ୍ରମଣ ହେବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ଏସଆରସିଙ୍କ ସଙ୍କେତ: ରାଜ୍ୟକୁ ପୁଣି ଫେରିବ ଲକଡାଉନ

mahabharatanews

୨୦୦୧ ବ୍ୟାଚ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

mahabharatanews