ଓଡିଶା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭ ଜନ୍ମଦିନ ଅବସରରେ ୧୦୮ଟି ଦୀପ ପ୍ରଜ୍ଜ୍ୱଳନ…

ଅନୁଗୋଳ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭ ଜନ୍ମଦିନ ଅବସରରେ ଅନୁଗୋଳ ଏଫ୍‌ସିଆଇ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶୁକ୍ରବାର ୧୦୮ଟି ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହି ଅବସରରେ ଭକ୍ତମାନେ ଓ ଶୁଭେଚ୍ଛୁମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସୁସ୍ଥ, ସୁଖମୟ ଓ ଦୀର୍ଘାୟୁ ଜୀବନ ସହ ତାଙ୍କର ନିରନ୍ତର ଲୋକସେବା ପାଇଁ ପ୍ରାର୍ଥନା କରିଥିଲେ।

ଧାର୍ମିକ ପରିବେଶ ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଭକ୍ତ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଯୋଗଦେଇ ୧୦୮ ଦୀପ ପ୍ରଜ୍ଜ୍ୱଳନ କରିବା ସହ ପ୍ରାର୍ଥନାରେ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମ ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

Related posts

ବିନା ବିଦ୍ୟୁତରେ ଆସୁଛି ହଜାର ହଜାର ଟଙ୍କାର ବିଲ

mahabharatanews

ବିଜେଡିରୁ ବିଦା ହେଲେ ବିଧାୟକ ସୌମ୍ୟ ଓ ସୁଧାଂଶୁ

mahabharatanews

 ଓଡ଼ିଶା ଜଙ୍ଗଲରେ ବିରଳ କଳାବାଘ

mahabharatanews