ମନୋରଞ୍ଜନ

ବଲିଉଡର ଏହି ୬ ଯୋଡିଙ୍କ ଛାଡପତ୍ର ଖବର ଫ୍ୟାନ୍ସଙ୍କୁ କରିଥିଲା ଆଶ୍ଚର୍ଯ୍ୟ…

ପ୍ରେମ କାହାଣୀ ଓ ହାଇ-ପ୍ରୋଫାଇଲ୍ ବିବାହ ଭଳି, ବଲିଉଡ୍ ଏବଂ ଟେଲିଭିଜନ୍‌ର ଚର୍ଚ୍ଚିତ ସେଲିବ୍ରିଟିଙ୍କ ଛାଡ଼ପତ୍ର ମଧ୍ୟ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥାଏ। ନିକଟରେ ଅଭିନେତ୍ରୀ ଆକାଂକ୍ଷା ଚମୋଲା ଓ ଗୌରବ ଖାନ୍ନାଙ୍କ ଛାଡ଼ପତ୍ର ଘୋଷଣା ପୁଣିଥରେ ଏହି ପ୍ରସଙ୍ଗକୁ ଚର୍ଚ୍ଚାକୁ ଆଣିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ। ଭାରତର ଅନେକ ଚର୍ଚ୍ଚିତ ସେଲିବ୍ରିଟି ଦମ୍ପତିଙ୍କ ବିଚ୍ଛେଦ ଖବର ପୂର୍ବରୁ ମଧ୍ୟ ଶିରୋନାମା ପାଲଟିଛି।

ଗୌରବ ଖାନ୍ନା – ଆକାଂକ୍ଷା ଚମୋଲା
‘ବିଗ୍ ବସ୍ ୧୯’ ପରେ ଦୁହେଁ ଟିଭିର ସବୁଠାରୁ ଲୋକପ୍ରିୟ ଦମ୍ପତି ଭାବେ ପରିଚିତ ହୋଇଥିଲେ। ୨୦୧୬ରେ ବିବାହ କରିଥିବା ଏହି ଯୋଡ଼ି ପ୍ରାୟ ଏକ ବର୍ଷ ଧରି ଅଲଗା ରହୁଥିଲେ। ‘ଲକ୍‌ଅପ୍ ୨’ର ପ୍ରିମିୟର ସମୟରେ ଆକାଂକ୍ଷା ଛାଡ଼ପତ୍ର ପ୍ରକ୍ରିୟା ଆରମ୍ଭ ହୋଇଥିବା କଥା ପ୍ରକାଶ କରିଥିଲେ। ପରିବାର ପକ୍ଷରୁ ସମ୍ପର୍କ ସୁଧାରିବା ପାଇଁ କିଛି ସମୟ ଅଲଗା ରହିବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ, ଶେଷରେ ଦୁହେଁ ବିବାହ ବନ୍ଧନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ।

ସାମନ୍ଥା ରୁଥ ପ୍ରଭୁ – ନାଗା ଚୈତନ୍ୟ
ଭାରତୀୟ ସିନେମାର ସବୁଠାରୁ ଚର୍ଚ୍ଚିତ ବିଚ୍ଛେଦ ମଧ୍ୟରୁ ଏହା ଅନ୍ୟତମ। ୨୦୧୦ରେ ତେଲୁଗୁ ଫିଲ୍ମ *’ୟେ ମାୟା ଚେସାଭେ’*ର ସୁଟିଂ ସମୟରେ ଦୁହେଁଙ୍କ ପରିଚୟ ହୋଇଥିଲା। ବର୍ଷକାଳ ଧରି ପ୍ରେମ କରିବା ପରେ ୨୦୧୭ରେ ସେମାନେ ବିବାହ କରିଥିଲେ। କିନ୍ତୁ ବିବାହର ଚାରି ବର୍ଷ ପରେ, ୨ ଅକ୍ଟୋବର ୨୦୨୧ରେ ସେମାନେ ଅଲଗା ହେଉଥିବା ଘୋଷଣା କରିଥିଲେ। ପରେ ନାଗା ଚୈତନ୍ୟ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ବିବାହ କରିଥିବା ବେଳେ, ସାମନ୍ଥା ଚଳଚ୍ଚିତ୍ର ନିର୍ମାତା ରାଜ ନିଦିମୋରୁଙ୍କ ସହ ବିବାହ କରିଛନ୍ତି।

ହୃତିକ ରୋଶନ – ସୁଜାନ ଖାନ
ବଲିଉଡର ସବୁଠାରୁ ଶକ୍ତିଶାଳୀ ଦମ୍ପତି ଭାବେ ପରିଚିତ ହୃତିକ ଓ ସୁଜାନ ୨୦୦୦ରେ ବିବାହ କରିଥିଲେ। ସେମାନଙ୍କର ଦୁଇ ପୁଅ ରେହାନ ଓ ରିଧାନ ଅଛନ୍ତି। ୨୦୧୩ରେ ଅଲଗା ହେବାର ନିଷ୍ପତ୍ତି ନେଇଥିବା ବେଳେ, ୨୦୧୪ରେ ସେମାନଙ୍କ ଛାଡ଼ପତ୍ର ସମ୍ପନ୍ନ ହୋଇଥିଲା। ଛାଡ଼ପତ୍ର ପରେ ମଧ୍ୟ ଦୁହେଁ ପରସ୍ପର ପ୍ରତି ସମ୍ମାନପୂର୍ଣ୍ଣ ସମ୍ପର୍କ ବଜାୟ ରଖିଛନ୍ତି।

ରବି ମୋହନ – ଆରତି ରବି
ତାମିଲ ଅଭିନେତା ରବି ମୋହନ ୨୦୨୪ ସେପ୍ଟେମ୍ବରରେ ୧୫ ବର୍ଷର ବୈବାହିକ ଜୀବନ ପରେ ପତ୍ନୀ ଆରତି ରବିଙ୍କଠାରୁ ଅଲଗା ହେଉଥିବା ଘୋଷଣା କରିଥିଲେ। ସେମାନଙ୍କର ଦୁଇ ପୁଅ ଅଛନ୍ତି। ଦୁହେଁଙ୍କ ଭିନ୍ନ ଭିନ୍ନ ବୟାନ ଓ ଅଭିଯୋଗ ଯୋଗୁଁ ଏହି ବିବାଦ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ମଧ୍ୟ ସେମାନଙ୍କ ଛାଡ଼ପତ୍ର ମାମଲା ବିଚାରାଧୀନ ରହିଛି।

କରିଶ୍ମା କପୁର – ସଞ୍ଜୟ କପୁର
୨୦୦୩ରେ ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିବା କରିଶ୍ମା କପୁରଙ୍କ ବିବାହ ଓ ଛାଡ଼ପତ୍ର ଦୁହିଁଟି ଚର୍ଚ୍ଚାରେ ରହିଥିଲା। ଦୀର୍ଘ ଆଇନଗତ ଲଢ଼େଇ ପରେ ୨୦୧୬ରେ ସେମାନଙ୍କ ଛାଡ଼ପତ୍ର ଚୂଡ଼ାନ୍ତ ହୋଇଥିଲା। ସେମାନଙ୍କର ଦୁଇ ସନ୍ତାନ ସମାୟରା ଓ କିଆନ ଅଛନ୍ତି। ସଞ୍ଜୟ କପୁରଙ୍କ ମୃତ୍ୟୁ ଏବଂ ସମ୍ପତ୍ତି ବିବାଦ ପରେ ପରିବାର ପୁଣିଥରେ ଚର୍ଚ୍ଚାକୁ ଆସିଛି।

ବିଜୟ – ସଙ୍ଗୀତା
ତାମିଲ ସୁପରଷ୍ଟାର ତଥା ରାଜନେତା ବିଜୟ ଓ ତାଙ୍କ ପତ୍ନୀ ସଙ୍ଗୀତାଙ୍କ ବୈବାହିକ ସମ୍ପର୍କ ନେଇ ମଧ୍ୟ ନିକଟରେ ବିଭିନ୍ନ ଖବର ପ୍ରକାଶ ପାଇଛି। ଖବର ଅନୁସାରେ, ସଙ୍ଗୀତା ବିବାହ ବାହିର ସମ୍ପର୍କ ଅଭିଯୋଗ ଆଣି ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କ ସହ ବିଜୟଙ୍କ ସମ୍ପର୍କକୁ ନେଇ ମଧ୍ୟ ଗୁଜବ ଚାଲିଛି। ତେବେ ଏପର୍ଯ୍ୟନ୍ତ ବିଜୟ କିମ୍ବା ସଙ୍ଗୀତା ଏହି ଖବରକୁ ଆଧିକାରିକ ଭାବେ ସ୍ୱୀକାର କରିନାହାନ୍ତି।

 

Related posts

‘ବଜରଙ୍ଗ ବାଲୀ ଭଗବାନ ନୁହନ୍ତି’ : ମନୋଜ ମୁନ୍ତାଶିର

mahabharatanews

ସରିଲା ଅଭିନେତା ପୁଲକିତ ଓ କ୍ରିତିଙ୍କ ନିର୍ବନ୍ଧ

mahabharatanews

ପରସ୍ପରକୁ ଅନଫଲୋ କଲେ ମୌନି ରୟ ଏବଂ ସୁରଜ

mahabharatanews