ଓଡିଶା

ହାତୀ ଆକ୍ରମଣରେ ୩ଜଣ ଗୁରୁତର ଜଣେ ଆହତ

ହାତୀ ଆକ୍ରମଣରେ ୩ ଜଣ ଗରୁତର  ଜଣେ ଆହତ ା ସମସ୍ଥ ଗୁରୁତର ଆହତଙ୍କୁ ମେଡିକାଲ ରେ ଭର୍ତ୍ତି  ହାତୀ ଆକ୍ରମଣ ରେ  ୨ବୃଦ୍ଧ ଓ ଦୁଇ ମହିଳା ଶିକାର ା ଆଜି ସକାଳୁ ସକାଳୁ  ଆନନ୍ଦପୁର ଥାନା କଣ୍ଟିପାଳ ଗାଁ ମଠସାହୀ ଠାରେ ଘଟିଛି ଏଭଳି ଏକ ଘଟଣା ା ଗାଁର ଦୁଇ ବୃଦ୍ଧ ଓ ୨ଜଣ ମହିଳା କୌଣସି କାମରେ ଏମାନେ ଘରୁ ବାହାରକୁ ଯାଉଥିବା ସମୟରେ ଗାଁ ନିକଟରେ ହଠାତ୍ ଆକ୍ରମଣ କରିଥିଲା ହାତୀ ା ୨ଜଣ ଙ୍କୁ ସୁଣ୍ଢରେ ଆକ୍ରମ କରିଥିଲା ହାତୀ  , ଅନ୍ଯ ଦୁଇଜଣ ହାତୀ ଦେଖି ଦୌଡ଼ି ପଳାଇବାକୁ ଉଦ୍ଯମ କରୁଥିବା ସମୟରେ ତଳେପଡି ଆହତ ହୋଇଛନ୍ତି ା

ଆହତ ମାନେ ହେଲେ , କାଠିଆ ବାରିକ୍ , ନର ଖିଲାର , ବେଙ୍ଗ ଦାସ ଓ ଅର୍ଣ୍ଣପୂର୍ନ୍ନା ବାରିକ୍  ସମସ୍ଥ ଆହତ ଙ୍କୁ ଗ୍ରାମବାସୀ ଓ ପରିବାର ଲୋକଙ୍କ ସହାୟତାରେ ଆନନ୍ଦପୁର ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି ା ତେବେ ବେଙ୍ଗ ଦାସ, ନର ଖିଲାର, କାଠିଆ ବାରିକ ଙ୍କ ସ୍ବାସ୍ଥବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ା ସେପଟେ ଖବରପାଇ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ମାନେ ହାତୀ ଗତିବିଧି ଉପରେ ନଜର ରଖିବାସହ ଗ୍ରାମବାସୀ ଙ୍କୁ ସଚେତନ କରାଉଛନ୍ତି ା ହାତୀଟି ଏବେ ସ୍ଥାନିୟ ରଟେଇ ଜଙ୍ଗଲକୁ ପଳାଇଥିବା ସୂଚନା ମିଳିଛି ା

Related posts

ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ରୋଗୀଙ୍କ ସମେତ ୩ ଆହତ

mahabharatanews

ହଳଦିଆ ଗାଁ ଜଙ୍ଗଲରେ ୨୭ ଟିକିଆ ହାତୀପଲ, ଲୋକେ ଭୟଭୀତ

mahabharatanews

ସିଙ୍ଗାପୁର ଯାତ୍ରା ୩ଦିନରୁ ୫ଦିନ କରିବା ପାଇଁ ଜନଶୁଣାଣି

mahabharatanews