ଓଡିଶା

ନିରଞ୍ଜନଙ୍କ ବହିରେ ବଡ଼ ଖୁଲାସା, ପୁସ୍ତକରେ ଖୋଲିଲେ ସବୁ ରହସ୍ୟ

ଓଡ଼ିଶା ରାଜନୀତିର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ନୂଆ ପୁସ୍ତକକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଏହା କେବଳ ଜଣେ ରାଜନେତାଙ୍କ ଆତ୍ମଜୀବନୀ ନୁହେଁ, ବରଂ ତାଙ୍କ ଜୀବନର ଅନେକ ଅକୁହା କାହାଣୀର ସଂକଳନ। ଏହି ପୁସ୍ତକରେ ନିରଞ୍ଜନ ନିଜ ସଂଘର୍ଷମୟ ଜୀବନ, ପରିବାରର ବିଭିନ୍ନ ଘଟଣା ଏବଂ ଅନେକ ଅଜଣା ଅନୁଭୂତିକୁ ସାମ୍ନାକୁ ଆଣିଥିବା କଥା କହିଛନ୍ତି। ଦଶନ୍ଧି ଧରି ଓଡ଼ିଶା ରାଜନୀତିରେ ସକ୍ରିୟ ଥିବା ନିରଞ୍ଜନ ପଟ୍ଟନାୟକ ଏବେ କଲମ ଧରିଛନ୍ତି। ନିଜ ଜୀବନର ଉତ୍ଥାନ-ପତନ, ସଂଘର୍ଷ ଓ ଅନୁଭୂତିକୁ ସେ ଏକ ପୁସ୍ତକରେ ସ୍ଥାନ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ପୁସ୍ତକରେ କୌଣସି ରାଜନୈତିକ ହିସାବ-ନିକାଶ ନାହିଁ, ବରଂ ତାଙ୍କ ବ୍ୟକ୍ତିଗତ ଜୀବନର ଅନେକ ଅଧ୍ୟାୟ ରହିଛି।

ସରକାର ଅବହେଳା କାରଣରୁ ଆମ ଘର, ଆମ ସାହି ଏବଂ ଆମ ସମ୍ପଦ ଆଜି ବିପଦରେ: ନିରଞ୍ଜନ ପଟ୍ଟନାୟକ - Nirvaynews

ନିରଞ୍ଜନ କହିଛନ୍ତି, ଲୋକେ ତାଙ୍କୁ ଧନୀ ପରିବାରର ବୋଲି ଭାବୁଥିଲେ। କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। +୨ ପରେ ସେ ଘରୁ ଟଙ୍କା ନେଇନଥିଲେ। ପାଠପଢ଼ା ସହ LIC ଏଜେଣ୍ଟ ଭାବେ କାମ କରିବାଠାରୁ ଆରମ୍ଭ କରି କଲେଜକୁ ସ୍ପୋର୍ଟ୍ସ ସାମଗ୍ରୀ ଯୋଗାଇ ନିଜ ଖର୍ଚ୍ଚ ଚଳାଇଥିଲେ। ନିଜ ପରିଶ୍ରମରେ ଉଚ୍ଚଶିକ୍ଷା ଶେଷ କରିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି ପୁସ୍ତକରେ ଥିବା ତାଙ୍କ ପରିବାର ସମ୍ପର୍କିତ ଅଧ୍ୟାୟ। ନିରଞ୍ଜନଙ୍କ କହିବା ଅନୁଯାୟୀ, ବର୍ଷ ବର୍ଷ ଧରି ଲୋକେ ଯେଉଁ କଥା କେବଳ ଶୁଣିଥିଲେ, ସେହି ଘଟଣାଗୁଡ଼ିକର ବାସ୍ତବ ଦିଗ ସେ ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତି। ପରିବାରର ବିଭିନ୍ନ ଘଟଣା ଓ ନିଜ ଦୃଷ୍ଟିକୋଣକୁ ସେ ଖୋଲାଖୋଲି ଲେଖିଥିବା କଥା କହିଛନ୍ତି।

ସେ କହିଛନ୍ତି, ଜୀବନର ଏତେ ବର୍ଷର ଅନୁଭବ ପରେ ଲାଗିଲା ଯେ ନୂଆ ପିଢ଼ି ପାଇଁ କିଛି ଛାଡ଼ିଯିବା ଉଚିତ। ସଂଘର୍ଷ, ପରିଶ୍ରମ ଓ ଜୀବନର ବାସ୍ତବ ଅନୁଭୂତିକୁ ଆଗାମୀ ପିଢ଼ି ସାମ୍ନାକୁ ଆଣିବା ଉଦ୍ଦେଶ୍ୟରେ ସେ ଏହି ପୁସ୍ତକ ଲେଖିଥିବା କହିଛନ୍ତି।

ନିରଞ୍ଜନ ପଟ୍ଟନାୟକଙ୍କ ଏହି ପୁସ୍ତକରେ ରାଜନୀତି ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନ, ସଂଘର୍ଷ ଓ ପରିବାରର ଅନେକ ଅଜଣା ଘଟଣାକୁ ସ୍ଥାନ ମିଳିଥିବା ଦାବି କରାଯାଇଛି। ତେବେ ପୁସ୍ତକରେ ଉଲ୍ଲେଖ ହୋଇଥିବା ପରିବାର ସମ୍ପର୍କିତ ପ୍ରସଙ୍ଗ ଓ ଅନ୍ୟାନ୍ୟ ବିବରଣୀକୁ ନେଇ ସ୍ୱାଭାବିକ ଭାବେ ଉତ୍ସୁକତା ବଢ଼ିଛି। ପୁସ୍ତକ ପ୍ରକାଶ ପାଇବା ପରେ ଏହାର ସମସ୍ତ ବିଷୟବସ୍ତୁ ସାର୍ବଜନୀନ ଭାବେ ସାମ୍ନାକୁ ଆସିବ।

 

Related posts

ଲାଲୁଙ୍କ ଘରେ ସିବିଆଇ ରେଡ୍

mahabharatanews

ମିଶନ ୨୦୨୪ ଲାଗି ବିଜେପିର ପ୍ରସ୍ତୁତି

mahabharatanews

କରୋନା ପାଇଁ ପୂଜାର୍ଚ୍ଚନା

mahabharatanews