ଓଡିଶା

ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମଜୟନ୍ତୀ ଅବସରରେ ବୃକ୍ଷରୋପଣ

ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମଜୟନ୍ତୀ ଅବସରରେ ଚାନ୍ଦବାଲି ମେଡିକାଲରେ ରୋଗୀକୁ ଫାଳ ବଣ୍ଟନ,ଭୂଇଁବୃତି ପଂଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ସ୍ଥାନୀୟ ବିଜୁ ସ୍ମୃତି ଭବନ ପରିସରରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି l ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିବା ସହ ରକ୍ତଦାନ ମାଧ୍ୟମରେ ଜନସେବାର ମହତ୍ତ୍ୱକୁ ଉପସ୍ଥାପନ କରାଯାଇଥିଲା। ସ୍ଵାଗତିକା ପଳାଇଙ୍କ ସୌଜନ୍ୟରେ ଏହି କାର୍ଯ୍ୟକ୍ରମରେ କମଳାକାନ୍ତ ସୁତାରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ଡ଼ ଐଶଯ୍ୟl ବିଶ୍ୱାଳ ଓ ବିଜେପି ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା ଯୋଗଦେଇ ମେଡିକାଲରେ ଫଳ ବଣ୍ଟନ,ବୃକ୍ଷ ରୋପଣ କରିବା ସହ ରକ୍ତଦାତାଙ୍କୁ ଉତ୍ସlହିତ କରିଥିଲେ l

କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସାମାଜିକ କର୍ମୀ, ଯୁବ ସ୍ୱେଚ୍ଛାସେବୀ ଓ ବିଭିନ୍ନ ବର୍ଗର ଲୋକମାନେ ଯୋଗଦେଇ ବୃକ୍ଷରୋପଣ କରିବା ସହ ରକ୍ତଦାନ କରିଥିଲେ l ବକ୍ତାମାନେ ଡ଼. ମୁଖାର୍ଜୀଙ୍କ ଦେଶପ୍ରେମ, ରାଷ୍ଟ୍ରନିର୍ମାଣରେ ତାଙ୍କ ଅବଦାନ ଏବଂ ସମାଜସେବା ପ୍ରତି ତାଙ୍କ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ଶେଷରେ ଆୟୋଜକମାନେ ସମସ୍ତ ରକ୍ତଦାତା ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇ ଭବିଷ୍ୟତରେ ମଧ୍ୟ ଏଭଳି ସମାଜହିତକର କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ।

Related posts

ବରୀରୁ ୧୪୬ କୋଲକାତା ଫେରନ୍ତା ଙ୍କ ନମୁନା ସଂଗ୍ରହ କଲା ପ୍ରଶାସନ

mahabharatanews

ଡେଟରେ ଯାଉଥିଲେ ପଚାରନ୍ତୁ ନାହିଁ ଏହି ୫ଟି ପ୍ରଶ୍ନ

mahabharatanews

ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି

mahabharatanews