ଓଡିଶା

ଫାୟାର ସେଫ୍ଟି ଉପରେ ସଚେତନ

ହସ୍ପିଟାଲରେ ନିଆଁ ଲାଗିଲେ କିଭଳି ସୁରକ୍ଷିତ ଅବସ୍ଥାରେ ରୋଗୀଙ୍କୁ ଉଦ୍ଧାର କରାଯିବ ସେ ନେଇ ନୟାଗଡ଼ ଫାୟର ବିଭାଗ ପକ୍ଷରୁ ଡେମୋ ଦେଖା କରାଯାଇଛି। ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଫାୟାର କର୍ମଚାରୀ ମାନେ ପହଞ୍ଚି ହସ୍ପିଟାଲର କର୍ମଚାରୀ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କୁ ଫାୟାର ସେଫ୍ଟି ଉପରେ ସଚେତନ କରାଇଛନ୍ତି। କୌଣସି କାରଣ ରୁ ହସ୍ପିଟାଲରେ ନିଆଁ ଲାଗିଲେ ଉପସ୍ଥିତ କର୍ମଚାରୀ କିଭଳି ବୃଦ୍ଧି ପ୍ରୟୋଗ କରି ସୁରକ୍ଷିତ ଅବସ୍ଥାରେ ରୋଗୀଙ୍କୁ ଉଦ୍ଧାର କରିବେ ସେ ନେଇ ସଚେତନ କରାଯାଇଛି। ମେଡ଼ିକାଲରେ ଲଗା ଯାଇଥିବା ଫାୟାର ସେଫ୍ଟି କୁ କିଭଳି କର୍ମଚାରୀ ମାନେ ବ୍ୟବହାର କରିବେ ସେ ନେଇ ଫାୟର ଟିମ ପକ୍ଷରୁ ଡେମୋ ଦେଖା ଯାଇଛି।

ବିଶେଷ କରି ମେଡ଼ିକାଲରେ ନିୟୋଜିତ ସିକ୍ୟୁରିଟି ଗାର୍ଡ ମାନଙ୍କୁ ଫାୟାର ସେଫ୍ଟି ସମ୍ପର୍କରେ ସଚେତନ କରାଯାଇଛି। ନିଆଁ ଲାଗିଲେ କିଭଳି ସଙ୍ଗେ ସଙ୍ଗେ ଫାୟାର ସାଇରନ ବ୍ୟବହାର କରିବେ ସେ ନେଇ ଫାୟାର ବିଭାଗ ପକ୍ଷରୁ ସଚେତନ କରାଯାଇଛି। ସମସ୍ତ ଘରୋଇ ମେଡ଼ିକାଲ ଏବଂ ସୋରୁମ, ମଲ ଏବଂ ହୋଟେଲ ଓ ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷା ଅନୁଷ୍ଠାନ ଗୁଡିକରେ ଫାୟାର ସେଫ୍ଟି କୁ ନେଇ କଡା କଡ଼ି ଯାଞ୍ଚ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।

Related posts

ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା

mahabharatanews

ବହୁ ଆଡମ୍ୱରରେ ପାଳନ ହେଲା ପଡ଼ା ଗ୍ରାମରେ ବାର୍ଷିକ ହରିମେଳା

mahabharatanews

ପଞ୍ଚାୟତସ୍ତରୀୟ ବିଜେପିର ନୂତନ କମିଟି ଗଠିତ

mahabharatanews