ଦେଶ ବିଦେଶ

ରାମ ମନ୍ଦିର ଦାନ ଚୋରି ମାମଲାରେ ବଡ଼ ଖୁଲାସା… ଗଣତି ପୂର୍ବରୁ ଗାୟବ ହେଉଥିଲା ଟଙ୍କା

ଅଯୋଧ୍ୟା ରାମ ମନ୍ଦିରର ଦାନ ଚୋରି ମାମଲାରେ ଏବେ ଏକ ଆଶ୍ଚର୍ଯ୍ୟଜନକ ସତ ସାମ୍ନାକୁ ଆସିଛି। ଏସଆଇଟି (SIT) ଏବଂ ଅଯୋଧ୍ୟା ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଦାନ ଟଙ୍କା ଗଣତି ମେସିନ୍‌ରେ ରଖାଯିବା ପୂର୍ବରୁ ହିଁ ଚୋରି ହୋଇସାରୁଥିଲା। ପ୍ରକୃତରେ ଭକ୍ତମାନେ ଦାନ ବାକ୍ସରେ ମଡ଼ାଇ-କୁଡ଼ାଇ ପକାଉଥିବା ୧୦, ୨୦, ୫୦, ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ନୋଟଗୁଡ଼ିକୁ ସିଧା କରିବା ଏବଂ ସେଗୁଡ଼ିକୁ ସୁନ୍ଦର ଭାବେ ଗଦା ବା ଷ୍ଟାକ୍ କରିବାର ଦାୟିତ୍ୱ ଗିରଫ ଅଭିଯୁକ୍ତମାନଙ୍କୁ ଦିଆଯାଇଥିଲା। ଏହି ଆଉଟସୋର୍ସିଂ କର୍ମଚାରୀମାନେ ନୋଟ୍ ସଜାଡ଼ିବା ସମୟରେ ହିଁ ବଡ଼ ଚତୁରତାର ସହ ଟଙ୍କା ଗାୟବ କରିଦେଉଥିଲେ। ପରେ ଏହି ସଜାଯାଇଥିବା ବଣ୍ଡଲ୍‌କୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର କର୍ମଚାରୀମାନେ ଗଣତି ମେସିନ୍ ଭିତରେ ରଖୁଥିଲେ। ଅର୍ଥାତ୍ ମେସିନ୍ ଭିତରେ ନୋଟ୍ ଗଣାହେବା ପୂର୍ବରୁ ହିଁ ଭକ୍ତଙ୍କ ଦାନ ଉପରେ ଚଳୁ ମରାସରିଥିଲା।

Ram Mandir - Wikipedia

ଏହି ମହାଦୁର୍ନୀତି ମାମଲାରେ ଏବେ ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ସନ୍ଦେହଘେରକୁ ଆସିଛନ୍ତି। ବର୍ତ୍ତମାନ ଲକ୍ଷ୍ନୌରେ ନିଯୁକ୍ତ ଥିବା ପୂର୍ବତନ ଏସବିଆଇ (SBI) ମ୍ୟାନେଜର ଗୋବିନ୍ଦ ମିଶ୍ର ଏବେ ଅଯୋଧ୍ୟା ପୋଲିସର ରାଡାରରେ ଅଛନ୍ତି। ବ୍ୟାଙ୍କ ସହିତ MOU ସ୍ୱାକ୍ଷର କରିଥିବା ଅନିଲ ମିଶ୍ର ଏବଂ ଅନ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ଏହି ସପ୍ତାହରେ ପଚରାଉଚରା କରାଯିବ। ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ, ଗିରଫ ସମସ୍ତ ଅଭିଯୁକ୍ତ ଏକ ଘରୋଇ ଆଉଟସୋର୍ସିଂ କମ୍ପାନୀ ମାଧ୍ୟମରେ ଆସିଥିଲେ, ଯାହାର ଡ୍ରେସ୍ କୋଡ୍ ଏବଂ ନିଯୁକ୍ତି ଏସବିଆଇ ଦ୍ୱାରା ପରିଚାଳିତ ହେଉଥିଲା। ଏପରିକି ଗଣତି ତଦାରଖ କରୁଥିବା ପୂର୍ବତନ ବ୍ୟାଙ୍କର ସୁଭାଷ ଶ୍ରୀବାସ୍ତବ ମଧ୍ୟ ଏହି ଆଉଟସୋର୍ସିଂର ଅଂଶ ଥିଲେ।

Ayodhya Ram Mandir Tour – November Travel Guide

ଗତ ଜୁନ୍ ୨୫, ୨୦୨୬ରେ ମାମଲା ରୁଜୁ ହେବା ପରେ ପୋଲିସ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଟିନୁ ଯାଦବ, ମନୀଷ ଯାଦବ, ଅନୁକଲ୍ପ ମିଶ୍ର, ଲଭକୁଶ ମିଶ୍ର, କରୁଣେଶ ପାଣ୍ଡେ, ସୁଭାଷ ଶ୍ରୀବାସ୍ତବ, ଅଭିନାଶ ଶୁକ୍ଳା ଏବଂ ରାମ ଶଙ୍କର ମିଶ୍ର ସାମିଲ ଅଛନ୍ତି। ଏହି ବିବାଦ ପରେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଇସ୍ତଫା ଗ୍ରହଣ କରାଯାଇଛି। ରିମାଣ୍ଡରେ ଥିବା ଅଭିଯୁକ୍ତ ଅନୁକଲ୍ପଙ୍କ ପାଖରୁ ନଗଦ ୨୦ ହଜାର ଟଙ୍କା, ସୁନା ଚେନ୍, ମୋବାଇଲ୍ ଏବଂ ଚୋରି ଟଙ୍କାରେ କିଣାଯାଇଥିବା ଏକ ଡିଜାୟାର କାର୍ ମଧ୍ୟ ଜବତ କରିଛି ପୋଲିସ।

 

Related posts

ଏଥର ଅଣ୍ଡାରେ ଲାଗିବ Expiry ଡେଟ୍ ।

mahabharatanews

ସ୍ତ୍ରୀଙ୍କ ପିଣ୍ଡ ଦାନ କଲେ ସ୍ୱାମୀ; ଏବେ ସ୍ୱାମୀଙ୍କ କଥା ଖୋଲି ଦେଇଛନ୍ତି ସ୍ତ୍ରୀ…

mahabharatanews

ଅଶାନ୍ତ ବାଂଲାଦେଶ, ବିପଦରେ ହିନ୍ଦୁ…

mahabharatanews