ଓଡିଶା

ପୋଲିସ ବ୍ୟବସ୍ଥା’ ପୁସ୍ତିକା ମା’ ଦକ୍ଷିଣକାଳୀଙ୍କ ଚରଣରେ ସମର୍ପିତ କଲେ ପୁରୀ ଏସପି ପ୍ରତୀକ ସିଂ

ରଥଯାତ୍ରା ୨୦୨୬ ପାଇଁ ପ୍ରସ୍ତୁତ ପୁରୀ ପୋଲିସର ‘ପୋଲିସ ବ୍ୟବସ୍ଥା’ ପୁସ୍ତିକା ମା’ ଦକ୍ଷିଣ କାଳୀଙ୍କ ଚରଣରେ ସମର୍ପିତ,ପବିତ୍ର ରଥଯାତ୍ରା ୨୦୨୬ ଉପଲକ୍ଷେ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତ ‘ପୋଲିସ ବ୍ୟବସ୍ଥା’ ପୁସ୍ତିକାକୁ ଆଜି ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ ମା’ ଦକ୍ଷିଣ କାଳୀଙ୍କ ଚରଣରେ ସମର୍ପଣ କରି ଆଶୀର୍ବାଦ ପ୍ରାର୍ଥନା କରିଛନ୍ତି । ବିରୋଗବିନ୍ଦପୁରଠାରେ ମା’ ଦକ୍ଷିଣ କାଳୀଙ୍କ ଦର୍ଶନ ଅବସରରେ ଏହି ପୁସ୍ତିକା ସମର୍ପଣ କରାଯାଇଥିଲା।

ରଥଯାତ୍ରା ୨୦୨୬ ସମୟରେ ଭକ୍ତ, ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କ ସୁରକ୍ଷା, ଶୃଙ୍ଖଳା, ଯାତାୟାତ ପରିଚାଳନା ଏବଂ ବିଭିନ୍ନ ପୋଲିସ ବ୍ୟବସ୍ଥା ସମ୍ପର୍କିତ ସୂଚନା ଏହି ପୁସ୍ତିକାରେ ସଂକଳିତ ହୋଇଛି। ଏହି ଅବସରରେ ପୁରୀ ପୋଲିସର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ରଥଯାତ୍ରା ୨୦୨୬ର ସୁରକ୍ଷିତ, ଶୃଙ୍ଖଳିତ ଓ ସୁଚାରୁ ପରିଚାଳନା ପାଇଁ ପୁରୀ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ସହ ସମସ୍ତଙ୍କ ସହଯୋଗ କାମନା କରିଛି।

Related posts

ଆଜି ରାଜ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଛି

mahabharatanews

କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

mahabharatanews

 ୨୭ରେ ହେବ ସମଲେଇ ପ୍ରକଳ୍ପର ଲୋକାର୍ପଣ

mahabharatanews