ଓଡିଶା

ଗ୍ରାମ ଦେବତୀଙ୍କର ନୂତନ ମନ୍ଦିର ପ୍ରତିଷ୍ଠା

ଦୁଇ ଶହ ବର୍ଷ ଧରି ବର ଗଛ ମୁଳେ ପୂଜା ପାଉଥିଲେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ।ଏବେ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ନୂତନ ମନ୍ଦିର ପ୍ରତିଷ୍ଟା ସମ୍ଭବ ହୋଇଛି। ଢେଙ୍କାନାଳ ଗଜମରା ଗ୍ରାମର ପ୍ରତ୍ୟକ୍ଷ ଠାକୁରାଣୀ ତଥା ଗ୍ରାମ ଦେବତୀ ମା ତରେଇଙ୍କର ଏହି ନୁତନ ମନ୍ଦିର ପ୍ରତିଷ୍ଠା ହୋଇଛି।ଗ୍ରାମର ମହିଳା ମାନଙ୍କ ଦ୍ଵାରା ନିକଟସ୍ଥ ଜଳାଶୟରୁ ୧୦୮ କଳସ ଯାତ୍ରା କରିଥିଲେ।ପରେ କେନ୍ଦ୍ରାପଡ଼ାରୁ ଆସିଥିବା ବ୍ରାହ୍ମଣ ପଣ୍ଡିତଙ୍କ ଦ୍ଵାରା ହୋମ ଯଜ୍ଞ ଆଦି କର୍ମ ହୋଇଥିଲା।ବେଦ ମନ୍ତ୍ର ପାଠ ସହ ହରିବୋଲ ହୁଳିହୁଳି ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।

ଗ୍ରାମର ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଭକ୍ତ ଏଥିରେ ସାମିଲ ହୋଇଥିଲେ।ମା’ତରେଇଙ୍କର ପାଷାଣ ବିଗ୍ରହକୁ ମନ୍ଦିର ପ୍ରବେଶ କରାଯାଇଥିଲା।ଆଜିକୁ ଦୁଇ ଶହ ବର୍ଷ ହେବ ଏକ ବର ଗଛ ମୁଳରେ ପୂଜା ପାଉଥିଲେ ମା’ତରେଇ।ଗ୍ରାମବାସୀଙ୍କ ପ୍ରଚେଷ୍ଟା ରେ ଏହି ନୁତନ ମନ୍ଦିର ପ୍ରତିଷ୍ଠା କରାଯାଇଛି।ଏହି ଅବସରରେ ଦଶ ହଜାର ଲୋକଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

Related posts

ସ୍କୁଲରେ କୋଭିଡ ନିୟମ କଡା କରିବାକୁ ନିର୍ଦ୍ଦେଶ

mahabharatanews

ମଦ ବୋଝେଇ ବୋଲେରୋ ଜବତ, ଛଅ ଗିରଫ

mahabharatanews

ଆଠଗଡ ମେଡିକାଲ ପରିସରରେ ଆହାର କେନ୍ଦ୍ର ଉଦ୍ଘାଟିତ

mahabharatanews