ଓଡିଶା

ରଥଯାତ୍ରା ପାଇଁ ଶ୍ରୀମନ୍ଦିର ଭିତରେ ବ୍ରିଫିଙ୍ଗ୍ ଓ ମକଡ୍ରିଲ୍ ଅନୁଷ୍ଠିତ

ପବିତ୍ର ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୬ ପାଇଁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଏକ ସ୍ୱତନ୍ତ୍ର ବ୍ରିଫିଙ୍ଗ୍ ଏବଂ ରିହର୍ସାଲ୍ ବା ମକଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ସମସ୍ତ ନୀତିକାନ୍ତି ଯେପରି ସୁରୁଖୁରୁରେ, ଶୃଙ୍ଖଳିତ ଏବଂ ସମୟାନୁବର୍ତ୍ତୀ ଭାବେ ସମ୍ପନ୍ନ ହେବ, ସେଥିପାଇଁ ଏହି ପ୍ରସ୍ତୁତି କରାଯାଇଛି।

ଏହି ଅବସରରେ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ଅନ୍-ଦି-ସ୍ପଟ୍ (ଘଟଣାସ୍ଥଳ) ସମୀକ୍ଷା କରାଯିବା ସହ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରଶାସନ ଓ ପୋଲିସ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ମିଳିଛି।

 

Related posts

ରାଜ୍ୟରେ ଖୋଲିବ ୫ ହଜାର ମିଶନ ଶକ୍ତି ବଜାର

mahabharatanews

 ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ

mahabharatanews

ଅମୀନ ରାଜକିଶୋରଙ୍କ ବିୟୋଗ

mahabharatanews