ଓଡିଶା

ଭାରସାମ୍ୟ ହରାଇ ରାସ୍ତା କଡ ଗଛରେ ପିଟି ହେଲା ଥାର୍

ଭାରସାମ୍ୟ ହରାଇ ଥାର୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଗୋଟିଏ ପରିବାରର ତିନି ମୃତ ଜଣେ ଗୁରୁତର। ଚମ୍ପୁଆ ନିକଟସ୍ଥ ରଜିଆ ନିକଟରେ  ୨୦ ନମ୍ବର ଜାତୀୟ ରାଜପଥ ଉପରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୃତ ଗତିରେ ଆସୁଥିବା ଏକ ଥାର୍ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ ଗଛରେ ପିଟି ହେବାରୁ ଗାଡିରେ ସଵାର ଥିବା ଚାରି ଜଣକ ମଧ୍ୟରୁ ଘଟଣାସ୍ଥଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିଲେ।ଗତ ରାତି ପ୍ରାୟ ୧୦ଟା ବେଳେ ସିଜୁକଳା ଗ୍ରାମ ର ତ୍ରୀଲୋଚନ ଆପଟ ଙ୍କ ପେଟ ବଥା ହେବାରୁ ତାକୁ ଏକ ଥାର୍ ଗାଡ଼ି ରେ ତାଙ୍କ ପୁଅ ରଞ୍ଜିତ ଆପଟ ସ୍ତ୍ରୀ  କଇଫୁଲ ଆପଟ ଓ କକା ଭାସ୍କର ଆପଟ ଚମ୍ପୁଆ ଡାକ୍ତର ଖାନା ଆଣୁଥିଲେ। ରଜିଆ ନିକଟରେ ଦୃତ ଗତିରେ ଆସୁଥିବା  ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକ ଆମ୍ବ ଗଛରେ ପିଟି ହୋଇଥିଲା । ଦୁର୍ଘଟଣା ରେ ଘଟଣାସ୍ଥଳରେ କକା ଭାସ୍କର ମୃତ୍ୟୁ ବରଣ କରିଥିବା ବେଳେ ସ୍ଥାନୀୟ ଲୋକେ ଚମ୍ପୁଆ ଅଗ୍ନି ସମ ବିଭାଗ ସହାୟତା ରେ ଅନ୍ୟ ତିନି ଜଣକୁ ଉଦ୍ଧାର କରି ଉଦ୍ଧାର କରି ଚମ୍ପୁଆ ଡାକ୍ତର ଖାନା ଆଣିଥିଲେ।  ଏଠାରେ ଆହତ ତିନିଜଣ ଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସ୍ଥାନାନ୍ତର ବେଳେ ରାସ୍ତାରେ ବାପା ତ୍ରୀଲୋଚନ ଓ ମା କଇଫୁଲ ଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ରଞିତକୁ କେନ୍ଦୁଝର ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି। ଖବର ପାଇ ଚମ୍ପୁଆ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରଂଭ କରୁଛନ୍ତି ।

Related posts

କରୋନାକୁ ହରାଇଲେ କ୍ୟାନ୍ସର ରୋଗୀ

mahabharatanews

ବୃଦ୍ଧି ପାଇଲା ମହଙ୍ଗା ଭତ୍ତା

mahabharatanews

ଅଦିନିଆ ବର୍ଷାରେ ଭିଜିଲା ଓଡିଶା

mahabharatanews