ଓଡିଶାପର୍ବ ପର୍ବାଣି

ନବଦିନାତ୍ମକଯାତ୍ରା ସାରି ମହାପ୍ରଭୁ ନୀଳକନ୍ଦରକୁ ବାହୁଡ଼ିବେ

ସରିଲା ଅଧରପଣା ଆଜି ମହାପ୍ରଭୁଙ୍କ ନିଳାଦ୍ରି ବିଜେ । ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାର ଶେଷ ଦିନ । ନୀଳାଦ୍ରିବିଜେରେ ନୀଳକନ୍ଦରକୁ ବାହୁଡ଼ି ଯିବେ ନୀଳମଣି । ରଥଯାତ୍ରାରେ ଦାରୁବ୍ରହ୍ମ ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ କରିଥିବା ବେଳେ ନୀଳାଦ୍ରି ବିଜେରେ ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ବଡ଼ ଦେଉଳ ରତ୍ନବେଦୀକୁ ବିଜେ କରନ୍ତି ଚତୁର୍ଦ୍ଧାବିଗ୍ରହ । ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହ ଦକ୍ଷିଣୀ ଘରେ ବିଜେ କରିବା ପରେ ଚକ୍ରରାଜ ସୁଦର୍ଶନଙ୍କ ଗୋଟି ପହଣ୍ଡି ହୋଇଥିଲା । ଏହାପରେ ଗୋଟି ପହଣ୍ଡିରେ ବାହାରନ୍ତି ବଡ଼ ଠାକୁର ବଳଭଦ୍ର । ବଡ଼ ଭାଇ ପଛେ ପଛେ ଦେବୀ ସୁଭଦ୍ରାଙ୍କ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥାଏ । ଶେଷରେ କାଳିଆ ଠାକୁରଙ୍କ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥାଏ । ରଥଯାତ୍ରାର ଏହି ଶେଷ ପର୍ବରେ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ କରିବା ଦିଗରେ ଗୁରୁତ୍ୱ ଦେବା ସହ ଏନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପୂର୍ବ ବର୍ଷ ଭଳି ନିର୍ଦ୍ଧାରିତ ସମୟ ପର୍ବରୁ ମହାପ୍ରଭୁଙ୍କ ପହଣ୍ଡି କରିବାକୁ ପଦକ୍ଷେପ ନିଆଯାଇଛି । ଏନେଇ ଦଇତାପତି ନିଯୋଗ ମଧ୍ୟ ସହମତି ପ୍ରକାଶ କରିଛନ୍ତି ।

Mahaprabhunkara Niladri Bije 🙇🏻❤️ : r/Odisha

ସେପଟେ ଯଦି ସଅଳ ପହଣ୍ଡି ହୁଏ ତେବେ ମହାପ୍ରଭୁଙ୍କ ରତ୍ନ ସିଂହାସନରେ ପହୁଡ଼ କରାଯିବ । ପରମ୍ପରା ଅନୁଯାୟୀ ଦେଉଳକୁ ପ୍ରବେଶ କରିବା ସମୟରେ ମାନଭଞ୍ଜନ ପାଇଁ ମା ଲକ୍ଷ୍ମୀଙ୍କୁ ରସଗୋଲା ଭେଟି ଦେବେ କାଳିଆ ସାଆନ୍ତ । ପହଣ୍ଡି ବେଳେ କାଳିଆ ସାଆନ୍ତ ସିଂହଦ୍ୱାରରେ ପହଞ୍ଚିବା ପରେ ବନ୍ଦ ହୋଇଯାଏ ଦ୍ୱାର । ପରେ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ କାଳିଆ ଠାକୁର । ବିଧି ଅନୁଯାୟୀ ରଥ ନିକଟରେ ଶ୍ରୀଜିଉଙ୍କୁ ଭକ୍ତମାନେ ରସଗୋଲା ଭୋଗ ହେବ । ଗତକାଲି ରଥ ଉପରେ ଠାକୁରଙ୍କ ଅଧରପଣା ନୀତି ହୋଇଥିଲା । ପାର୍ଶ୍ୱ ଦେବାଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥ ଉପରେ ଭଙ୍ଗାଯାଇଥିଲା ।

Niladri Bije 2025: Know how Lord Jagannath pacifies Goddess Laxmi...

Related posts

ସିଇଓଙ୍କ ନିକଟରେ ଫେରାଦ ଦେଲା ବିଜେଡ଼ି

mahabharatanews

ବାବୁସାନ ଘରକୁ ଫେରିବାକୁ ନେଇ ଅପରାଜିତାଙ୍କ ପ୍ରତିକ୍ରିୟା 

mahabharatanews

ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ କଲେ ମହିଳା

mahabharatanews