ଓଡିଶା

ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ କଲେ ମହିଳା

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରକ୍ତ ସଙ୍କଟ ଦୂର କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଆଜି ବିଜେଡି ରାଜ୍ୟ କାର୍ୟ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ ମହିଳାମାନେ ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି । କୋଭିଡ୍-୧୯ ଗାଇଡଲାଇନ୍କୁ ପାଳନ କରି ବିଜୁ ମହିଳା ଜନତା ଦଳ ପକ୍ଷରୁ ‘ଜୀବନ ବିନ୍ଦୁ’ ଓ ‘ମୋ ପରିବାର’ ସହଯୋଗରେ ଆଜି ଅନୁଷ୍ଠିତ ରକ୍ତଦାନ ଶିବିରରେ ମହିଳାମାନେ ୭୩ ୟୁନିଟ୍ ରକ୍ତ ଦାନ କରିଛନ୍ତି ।
ଏହି କାର୍ୟ୍ୟକ୍ରମରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବିଜେଡି ଉପସଭାପତି ଉଷା ଦେବୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟକ ପ୍ରଣବ ବଳବନ୍ତରାୟ, ‘ଓଡ଼ିଶା-ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ।

Related posts

ଆଉ ଜଣେ ପୁଲିସ କରୋନା ଯୋଦ୍ଧାଙ୍କ ମୃତ୍ୟୁ

mahabharatanews

ଗୁରୁ ଦିବସ ଊପଲକ୍ଷେ ଡ଼ଃ.ଅଚ୍ୟୁତ ସାମନ୍ତଙ୍କ ପାଇଁ ଆର୍ଟିକିଲ ଲେଖିଲେ ଛାତ୍ର

mahabharatanews

ସଜେଇ ହେଉଛି ଲିଙ୍ଗରାଜ ପୀଠ 

mahabharatanews