ଓଡିଶା

ଡ୍ରେସ ଦୋକାନରେ ଇନଭୋଟର ବ୍ୟାଟେରୀ ଫାଟି ଅଗ୍ନିକାଣ୍ଡ

ଯାଜପୁର ରୋଡ଼ ଥାନା ବ୍ୟାସନଗର କେଟିଲ ଛକ ନିକଟରେ ବ୍ଲୁ ବୁଦ୍ଧ ଡ୍ରେସ ଦୋକାନରେ ଇନଭୋଟର ବ୍ୟାଟେରୀ ଫାଟି ଅଗ୍ନିକାଣ୍ଡ । ଅଗ୍ନିଶମ ବାହିନୀ ର ୪ ଟି ଟିମ୍ ନିଆଁ ଲିଭା କାର୍ଯ୍ୟ ରେ ନିୟୋଜିତ ରହି ନିଆଁ କୁ ଆୟତ୍ତ କରିଛନ୍ତି। ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ।

ସୂଚନା ମୁତାବକ ଆଜି ମଧ୍ୟାହ୍ନ ରେ ଉକ୍ତ ଡ୍ରେସ ଦୋକାନ ରେ ଇନଭୋଟର ବ୍ୟାଟେରୀ ଟି ହଟାତ୍ ଫାଟି ଯାଇଥିଲା। ଦୋକାନ ମଧ୍ୟରେ ଡ୍ରେସ ବା କପଡ଼ା ସାମଗ୍ରୀ ଥିବାରୁ ନିଆଁ ଅତିଶୀଘ୍ର ସାରା ଦୋକାନ କୁ ବ୍ୟାପି ଯାଇଥିଲା। ଫଳରେ ଦୋକାନ ର ଆସବାବ ସାମଗ୍ରୀ ସହ ଲକ୍ଷାଧିକ ଟଙ୍କା ସମ୍ପତି ଜଳି ପୋଡି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁ ୧ ଘଣ୍ଟା  ରୁ ଉର୍ଦ୍ଧ ରାସ୍ତା ରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଘଟଣାସ୍ଥଳ ରେ ଯାଜପୁର ରୋଡ ପୋଲିସ୍ ପହଞ୍ଚି ଟ୍ରାଫିକ ସମସ୍ୟା କୁ ସମାଧାନ କରିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।

Related posts

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

mahabharatanews

ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ଯୁବ କଂଗ୍ରେସର ବିରୋଧ

mahabharatanews

ଜିଲ୍ଲାରେ ଆଇନଶୃଙ୍ଖଳା ଦିନକୁ ଦିନ ଜଟିଳ — ଦିବାଲୋକରେ ମେଡିକାଲ ସୁରକ୍ଷା କର୍ମୀଙ୍କୁ ଖଣ୍ଡାରେ ଆକ୍ରମଣ

mahabharatanews