ଦାଦା ବଟି ମାଗିଲେ ନଦେବାରୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦର୍ବୃତ୍ତ । ଭରତପୁର ଅଞ୍ଚଳରେ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି ଦୁର୍ବୁର୍ତ୍ତ। ଗଣେଶ ପୂଜା ପୂର୍ବରୁ ରାଜଧାନୀରେ ହଲ୍ଲାବୋଲ ଡାକରା ଦେଇଛନ୍ତି ଅପରାଧୀ । ଖଣ୍ଡାରେ ହାଣି ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଲହୁଲୁହାଣ କରିଦେଇଛନ୍ତି। ଅଟକାଇବାରୁ ତାଙ୍କ ମାମୁଁଙ୍କ ଉପରେ ମଧ୍ୟ କର ଆକ୍ରମଣ ହୋଇଛି। ଆହତ ଯୁବକ ଜଣଙ୍କ ହେଲେ ଅଂଶୁମାନ ପଟ୍ଟନାୟକ। ତାଙ୍କର ଏକ ସେଲ୍ଫଡ୍ରାଇଭ କାର ସୋରୁମ ରହିଛି। ଗତକାଲି ରାତି ପ୍ରାୟ ୯ ଟା ସମୟରେ ଅଂଶୁମାନ ଭରତପୁର ସ୍ଥିତ ଆୟୁର୍ବେଦିକ ହସ୍ପିଟାଲ ନିକଟରେ ଛିଡା ହୋଇଥିବା ବେଳେ ଅତର୍କିତ ଆକ୍ରମଣ କରିଥିଲେ କିଛି ଦୁର୍ବୁର୍ତ୍ତ । ବଞ୍ଚେଇବାକୁ ଯାଇ ଅଂଶୁମାନଙ୍କ ମାମୁଁ ମଧ୍ୟ ଖଣ୍ଡା ଚୋଟ ଖାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ଏ ନେଇ ଆହତ ଦୁଇଜଣ ଆଜି ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ।
previous post
