ଦେଶ ବିଦେଶ

ବିବାହକୁ ୨ମାସ ପୂରିନି ପ୍ରେମିକ ସହ ଚାଲିଥିଲା ରୋମାନ୍ସ,ପଶିଆସିଲା ସ୍ୱାମୀ…

ହାତରୁ ଛାଡ଼ିନି ମେହେନ୍ଦି, ଘର କାନ୍ଥରେ ଦାଉଦାଉ ଦେଖାଯାଉଛି  ଶୁଭବିବାହର ଫଳକ। ହେଲେ ପତ୍ନୀଙ୍କ ଅସଲ ଚରିତ୍ରର ହୋଇ ଯାଇଛି ପର୍ଦ୍ଦାଫାସ। ସ୍ୱାମୀ ନଥିବା ବେଳେ ପ୍ରେମିକ ସହ ରୋମାନ୍ସ କରି ଧରା ପଡ଼ି ଯାଇଛନ୍ତି ମହିଳା। ବିବାହକୁ ୨ମାସ ପୂରି ନଥିବା ବେଳେ  ନବବିବାହିତାଙ୍କର ଖୋଲିଗଲା ଗୁମର। ଏବେ ମାମଲା ଥାନାରେ ପହଞ୍ଚିଛି । ଉତ୍ତର ପ୍ରଦେଶର ଝାନସୀରେ ଯୁବକ ଜୁନ ୨୪ରେ ବିବାହ କରିଥିଲେ । ମଧ୍ୟପ୍ରଦେଶର ଭାଣ୍ଡେର ସ୍ଥିତ ଜଣେ ଯୁବତୀଙ୍କ ସହ ତାଙ୍କର ବିବାହ ହୋଇଥିଲା।  ପରିବାର ଲୋକଙ୍କ ସହମତିରେ ହୋଇଥିଲା ଏହି ବିବାହ।

ଉଭୟ ଦମ୍ପତି ବେଶ ଖୁସିରେ ଚିରଗାଓଁରେ ରହୁଥିଲେ।  ବାହାଘରର ପ୍ରଥମ ଦୁଇରୁ ୩ ସପ୍ତାହ ସବୁ କିଛି ଠିକ ଠାକ ଚାଲିଥିଲା। ଏହାପରେ ମହିଳା ଜଣଙ୍କ ଅସଲ ଚେହେରା ସାମ୍ନାକୁ ଆସିଥିଲା।   ମହିଳା ଜଣଙ୍କ  ନିୟମିତ ଭାବେ ନିଜ ସ୍ୱାମୀକୁ   ଚା’, କ୍ଷୀର ଓ ଖାଇବାରେ ନିଦ ବଟିକା ଦେଉଥିଲେ।  ଏହାକୁ ଖାଇ ସ୍ୱାମୀ ଅସୁସ୍ଥ ହେଉଥିଲେ।   ସେହିପରି ସ୍ବାମୀ ଅଫିସ ଯାଇଥିବା  ବେଳେ ମହିଳାଙ୍କ ପ୍ରେମିକ ଘରକୁ ଆସୁଥିଲେ।  ଏହି କଥା ପଡ଼ୋଶୀ ସ୍ବାମୀଙ୍କୁ ଜଣାଇଥିଲେ। ଏନେଇ  ଯୁବକଙ୍କ  ଜଣଙ୍କ ନିଜ ପତ୍ନୀଙ୍କୁ ପଚାରିଥିଲେ ହେଲେ  ହେଲେ ସେ ସବୁ କିଛି ପାଙ୍କି ଦେଇଥିଲେ।

ଘଟଣାକୁ ସ୍ୱାମୀ ମଧ୍ୟ ଆଗକୁ ବଢ଼ାଇ ନଥିଲେ। କିନ୍ତୁ ଅଗଷ୍ଟ ୨୩ରେ ଉକ୍ତ ଯୁବକ ଜଣଙ୍କ ପୁଣି ମହିଳାଙ୍କ ପାଖକୁ ଆସିଥିଲେ। ଏହି ଖବର ତାଙ୍କ ସ୍ୱାମୀ ଜାଣିବା ମାତ୍ରେ ତୁରନ୍ତ ଘରେ ପହଞ୍ଚି ଯାଇଥିଲେ। ସେ ଘରର କବାଟ ଖୋଳିବା ମାତ୍ରେ ପୂରା ସ୍ତବ୍ଧ ହୋଇ ଯାଇଥିଲେ। କାରଣ ତାଙ୍କ ନବବିବାହିତ ପତ୍ନୀ ପୁରୁଣା ପ୍ରେମିକ ସହ ବେଡ୍‌ ଉପରେ ଆପତ୍ତିଜନକ ଅବସ୍ଥାରେ ରହିଥିବା ସେ ଦେଖିଥିଲେ। ଏହାକୁ ଦେଖି ସ୍ୱାମୀ ଜଣଙ୍କ ପାଟି କରିବାରୁ ମହିଳା ଓ ତାଙ୍କ ପ୍ରେମିକ ଆକ୍ରମଣ କରି ଦେଇଥିଲେ। ମାରପିଟ ଶବ୍ଦ ଶୁଣି ପଡ଼ୋଶୀମାନେ ଘଟଣା ସ୍ଥଳରେ ପହଞ୍ଚି ହସ୍ତକ୍ଷେପ କରିଥିଲେ। ଏହାପରେ ପୁଲିସ୍‌ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆସିଥିଲା।

Related posts

ତୃତୀୟ ସନ୍ତାନ ପାଇଁ ୩୦ ହଜାର ଏବଂ ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର!

mahabharatanews

କଂଗ୍ରେସରେ ବଡ଼ ଅଦଳବଦଳ ! ବଦଳିପାରନ୍ତି ଅନେକ ରାଜ୍ୟ ସଭାପତି ଓ ପ୍ରଭାରୀ

mahabharatanews

ଭାରତକୁ ୩୩୮ ରନର ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ

mahabharatanews