ଓଡିଶାଦୁର୍ଘଟଣା

ଭୁବନେଶ୍ୱରରେ ଭୟଙ୍କର ସଡ଼କ ଦୁର୍ଘଟଣା

ଭୁବନେଶ୍ୱରରେ ଭୟଙ୍କର ସଡ଼କ ଦୁର୍ଘଟଣା। ଚନ୍ଦକା ପଥରଗାଡ଼ିଆ ୨୦୦ ଫୁଟିଆ ରାସ୍ତାରେ ଦୁର୍ଘଟଣା। ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା କାର୍। ବିଳମ୍ବିତ ରାତିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ମୃତ, ଦୁଇ ଜଣ ଗୁରୁତର। ମୃତକ ବାରିପଦା ଅଞ୍ଚଳର ସୀଙ୍ଗରେଇ ସୋରେନ। କାର୍‌ରେ ଫସିଥିବା ତିନି ଯୁବକଙ୍କୁ ଉଦ୍ଧାର କଲେ ପୋଲିସ ଓ ଅଗ୍ନିଶମ ବାହିନୀ। ଇନ୍ଫୋସିଟି ଥାନା ପୋଲିସ ଓ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀର ମିଳିତ ଉଦ୍ଧାର। ଆହତ ଦୁଇ ଜଣ କଟକ ମେଡିକାଲରେ ଭର୍ତ୍ତି. କ୍ୟାପିଟାଲ ହସ୍ପିଟାଲରେ ମୃତଦେହର ବ୍ୟବଚ୍ଛେଦ। ଓଭରସ୍ପିଡ୍ ଯୋଗୁଁ ଦୁର୍ଘଟଣା ହୋଇଥିବା ପ୍ରାଥମିକ ସୂଚନା।

Related posts

ଆଜି ପବିତ୍ର ହନୁମାନ ଜୟନ୍ତୀ

mahabharatanews

ଅକ୍ଟୋବର ୨୮ରେ ପାରାଦୀପ ଟ୍ରଷ୍ଟ ନିର୍ବାଚନ

mahabharatanews

କୁକୁର ଏବଂ ବିଲେଇ ମଧ୍ୟରେ ଅହେତୁକ ପ୍ରେମ

mahabharatanews