ଓଡିଶା

ଓଡ଼ିଶା ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଉଟାନ ଠାବ

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଉଦୟପୁର ବନବିଭାଗ ଅଧିନସ୍ଥ ରଣକୋଠା ବଡ଼ପାହି ଅଞ୍ଚଳରେ ଠାବ ହୋଇଛି ବିରଳ ପ୍ରଜାତିର ୫ଟି ଓରାଙ୍ଗଉଟାନ ଜୀବ । ବନବିଭାଗର ଏକ ଟିମ୍ ରଣକୋଠା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଜଙ୍ଗଲରେ ୫ଟି ଓରାଙ୍ଗଉଟାନକୁ ଦେଖି ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଏବଂ ଡାକ୍ତରୀ ଟିମ୍ ପହଞ୍ଚି ଓରାଙ୍ଗଉଟାନ ମାନଙ୍କର ଚିକିତ୍ସା କରୁଛନ୍ତି । ଉଦ୍ଧାର ଓରାଙ୍ଗଉଟାନ ମାନଙ୍କ ବୟସ ବର୍ଷେରୁ ଦୁଇ ବର୍ଷ ହେବ । ଏହା ଭାରତରେ ଦେଖାଯାଆନ୍ତି ନାହିଁ ।  ତେବେ ଏହି ଓରାଙ୍ଗଉଟାନ ମାନେ କେଉଁଠୁ ଆସିଲେ ଏବଂ କିପରି ଏହି ଅଞ୍ଚଳରେ ପହଞ୍ଚିଲେ ? ସେନେଇ ବନ ବିଭାଗର ତଦନ୍ତ ଜାରି ରହିଛି ।

ଉଦ୍ଧାର ଓରାଙ୍ଗଉଟାନଙ୍କୁ ବର୍ତ୍ତମାନ କ୍ବାରେଣ୍ଟାଇନରେ ରଖାଯାଇଛି । ପରେ ନନ୍ଦନକାନନକୁ ଅଣାଯିବ ବୋଲି କହିଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ତେବେ ଓରାଙ୍ଗଉଟାନ ଉଦ୍ଧାର ପଛରେ ଅନ୍ତଜାର୍ତୀୟ ଲିଙ୍କ୍‌ ଥିବା ସନ୍ଦେହ କରିଛନ୍ତି ମନ୍ତ୍ରୀ ।

ଓରାଙ୍ଗଉଟାନ ଠାବ ହେବା ଘଟଣାରେ ପିସିସିଏଫ ପ୍ରେମ ଝା କହିଛନ୍ତି ଯେ, ବିଦେଶରେ ଦୁଇରୁ ତିନିଟି ଜାଗାରେ ଦେଖାଯାଏ ଓରାଙ୍ଗଉଟାନ । ଓଡିଶାକୁ କେମିତି ଆସିଲା ବନ ବିଭାଗର ବନ୍ୟପ୍ରାଣୀ ଶାଖା ତଦନ୍ତ କରୁଛି । ଏପରିକି ସ୍ଥାନୀୟ ପୋଲିସକୁ ବି ଅବଗତ କରିଛୁ । ନନ୍ଦନକାନନରୁ ଗୋଟିଏ ଟିମ ଭୋଗରାଇ ଗଲାଣି । ଟିମରେ ଭେଟେନାରୀ, ଡାକ୍ତର ଅଛନ୍ତି । ନନ୍ଦନକାନନକୁ ଆଣିଲା ପରେ ସେମାନଙ୍କୁ କ୍ବାରେନଣ୍ଟାଇନରେ ରଖାଯିବ । ତେବେ ସ୍ଥାନୀୟ ଅଞ୍ଚଳରେ ଓରାଙ୍ଗଉଟାନ ଥିବା ଖବର ପ୍ରଚାରିତ ହେବା ପରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

 5 Unidentified Animals Spotted in  Forest Photograph: (Sambad.in)

Related posts

ପୁଲିସ ଓ ନକ୍ସଲ ଗୁଳିବିନିମୟ; ୨୯ ଜଣ ନକ୍ସଲ ମୃତ୍ୟୁବରଣ

mahabharatanews

ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ

mahabharatanews

ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

mahabharatanews