ଦେଶ ବିଦେଶ

ଯୋଗଗୁରୁ ରାମ ଦେବଙ୍କ ଅନୁଗତ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି…

ଯୋଗଗୁରୁ ରାମ ଦେବଙ୍କ ଅନୁଗତ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ମିଳିଛି  ବଡ଼ ଆଶ୍ୱସ୍ତି। ପତଞ୍ଜଳି ଯୋଗପୀଠର ସାଧାରଣ ସମ୍ପାଦକ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ମିଳିଛି କ୍ଲିନଚିଟ୍। ଗୋଟିଏ ଜାଲିଆତି ମାମଲାରେ ଏହି  କ୍ଲିନଚିଟ୍ ମିଳିଛି। ଡେରାଡୁନର ସିବିଆଇ କୋର୍ଟ ତାଙ୍କୁ ୧୫ ବର୍ଷ ପୁରୁଣା ଦସ୍ତାବିଜ ଜାଲିଆତି ମାମଲାରେ ଦୋଷମୁକ୍ତ କରିଛନ୍ତି। ଆଚାର୍ଯ୍ୟ ବାଲକୃଷ୍ଣ ନକଲି ଶିକ୍ଷାଗତ ପ୍ରମାଣପତ୍ର ଓ ଅନ୍ୟ କାଗଜପତ୍ର ଦେଇ ବାଲକୃଷ୍ଣ ଭାରତର ପାସପୋର୍ଟ ହାସଲ କରିଥିବା ଅଭିଯୋଗ ହୋଇଥିଲା।

କେବଳ ବାଲକୃଷ୍ଣ ନୁହନ୍ତି, ତାଙ୍କୁ ନକଲି ଦସ୍ତାବିଜ ଯୋଗାଇ ଦେବା ଅଭିଯୋଗରେ ନରେଶ ଚନ୍ଦ୍ର ଦ୍ୱିବେଦୀ ମଧ୍ୟ ‍ଫସିଥିଲେ। ସ୍ପେଶାଲ ଜୁଡିସିଆଲ ମାଜିଷ୍ଟ୍ରେଟ ବାଲକୃଷ୍ଣଙ୍କ ସହ ତାଙ୍କ ସହଯୋଗୀ ନରେଶଙ୍କୁ ବି ଦୋଷମୁକ୍ତ କରିଛନ୍ତି।ବାଲକୃଷ୍ଣ ନେପାଳୀ ନାଗରିକ ହୋଇଥିବା ବେଳେ ନକଲି ଦସ୍ତାବିଜ ଜରିଆରେ ଭାରତର ପାସପୋର୍ଟ ହାସଲ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ସିବିଆଇ ମାମଲା ରୁଜୁ କରି ୨୦୧୧ରୁ ତଦନ୍ତ ଆରମ୍ଭ କରିଥିଲା। ସେବେଠାରୁ ସିବିଆଇ ତଦନ୍ତ ଜାରି ରଖିବା ସହ ଏକାଧିକ ଥର ଚାର୍ଜସିଟ ଦାଖଲ କରିଥିଲା। ଅନେକ ଥର ଏହି ମାମଲାରେ ବାଲକୃଷ୍ଣ ନିଜର ପକ୍ଷ ମଧ୍ୟ ରଖିଥିଲେ। ଦୀର୍ଘ ୧୫ ବର୍ଷର ଶୁଣାଣି ପରେ ଏବେ ଏହାର ରାୟର ଡେରାଡୁନ ସ୍ଥିତି ସିବିଆଇ କୋର୍ଟ ପ୍ରଦାନ କରିଛନ୍ତି।

Related posts

ଆସାମରେ ଲଗାତାର ଦୁଇ ଥର ପାଇଁ ବିଜେପି ସରକାର କ୍ଷମତାରେ ଅଛି, ତେବେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ମୁସଲିମ ଜନସଂଖ୍ୟା ପାଇଁ କାହିଁକି ଚିନ୍ତିତ?

mahabharatanews

mahabharatanews

ଟୋମ୍ବଲେନ୍‌ରେ ଏକ ବିମାନ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ…

mahabharatanews